Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘NEET PG -୨୦୨୬’ ପାଇଁ ୨.୭୩ ଲକ୍ଷରୁ ଅଧିକ ପଞ୍ଜୀକରଣ; ପ୍ରଶ୍ନପତ୍ର ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା

ନୂଆଦିଲ୍ଲୀ: ‘ନ୍ୟାସନାଲ ବୋର୍ଡ ଅଫ୍ ପରୀକ୍ଷା ଇନ୍ ମେଡିକାଲ୍ ସାଇନ୍ସ'(NBEMS) କିମ୍ବା ‘ଜାତୀୟ ଚିକିତ୍ସା ବିଜ୍ଞାନ ପରୀକ୍ଷା ବୋର୍ଡ’ (NBEMS) ପକ୍ଷରୁ ଆସନ୍ତା ଅଗଷ୍ଟ ୩୦ରେ ‘NEET ପିଜି-୨୦୨୬’ ପରୀକ୍ଷା ଆୟୋଜନ କରାଯିବ। ଚଳିତବର୍ଷ ମୋଟ ୨,୭୩,୧୮୩ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି, ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨.୫ ପ୍ରତିଶତ ଅଧିକ। ଦେଶର ପ୍ରାୟ ୩୪୦ଟି ସହର ଓ ୧,୩୦୦ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କରି ସ୍ୱଚ୍ଛ, ସୁରକ୍ଷିତ ଓ ପ୍ରଯୁକ୍ତିନିର୍ଭର ପରୀକ୍ଷା ପରିଚାଳନା ଉପରେ ଜୋର ଦେଇଛନ୍ତି। ସେ ପ୍ରାର୍ଥୀମାନଙ୍କୁ ଗୁଜବ କିମ୍ବା ପ୍ରଶ୍ନପତ୍ର ଲିକ୍‌ ସମ୍ପର୍କିତ ଭୁଲ୍‌ ଦାବିରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ କହିବାନୁସାରେ, ପ୍ରଶ୍ନପତ୍ର ପରୀକ୍ଷା ଆରମ୍ଭ ପୂର୍ବରୁ ଉଚ୍ଚ ସୁରକ୍ଷା, ଏନକ୍ରିପ୍ସନ୍‌ ଓ ସମୟବଦ୍ଧ ପ୍ରକ୍ରିୟାରେ ଚୂଡ଼ାନ୍ତ କରାଯାଏ। ତେଣୁ ପୂର୍ବରୁ ପ୍ରଶ୍ନପତ୍ର ମିଳିବ ବୋଲି କରାଯାଉଥିବା ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ସ୍ପଷ୍ଟ କରିଛନ୍ତି।

ଚଳିତବର୍ଷ ପ୍ରାର୍ଥୀଙ୍କ ସୁବିଧା ପାଇଁ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସହର ବାଛିବା ପାଇଁ ତିନୋଟି ରାଜ୍ୟ ବିକଳ୍ପ ଦିଆଯାଇଛି ଏବଂ ପରୀକ୍ଷାର ପ୍ରାୟ ତିନି ସପ୍ତାହ ପୂର୍ବରୁ ପରୀକ୍ଷା କେନ୍ଦ୍ର ସୂଚନା ଜାରି କରାଯିବ। ପ୍ରଶ୍ନ ସଂଖ୍ୟାକୁ ୧୮୦କୁ କମାଇ ଉତ୍ତର ପାଇଁ ୨୧୦ ମିନିଟ୍ ସମୟ ରଖାଯାଇଛି। ଏହାସହ ଆଧାର ଆଧାରିତ ପରିଚୟ ଯାଞ୍ଚ, ବାୟୋମେଟ୍ରିକ୍ ପଦ୍ଧତି , CCTV ନଜରଦାରି, ସିଗ୍ନାଲ୍ ଜାମର, କେନ୍ଦ୍ରୀୟ କମାଣ୍ଡ ସେଣ୍ଟରରୁ ଲାଇଭ୍ ମନିଟରିଂ ଏବଂ ୬୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories