Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଛାତ୍ରବୃତ୍ତି ଓ ଶିକ୍ଷା ଋଣର ପ୍ରମାଣ ଦେଖାଇବାକୁ ପ୍ରସ୍ତୁତ ଅଛି ’: RTI ପ୍ରଶ୍ନରେ ବିଜେପିକୁ ଟାର୍ଗେଟ୍ କଲେ ଅଭିଜିତ୍ ଦୀପକେ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଶିକ୍ଷା ଖର୍ଚ୍ଚକୁ ନେଇ ଦାଖଲ ହୋଇଥିବା ଆରଟିଆଇକୁ କେନ୍ଦ୍ର କରି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୁରଟର ସୂଚନା ଅଧିକାର କର୍ମୀ ଅମିତ ତିୱାରୀ ଦୀପକେଙ୍କ ପରିବାରର ଆର୍ଥିକ ସ୍ଥିତି ଏବଂ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ସମ୍ପର୍କରେ ସୂଚନା ମାଗିଛନ୍ତି। ଏହା ପରେ ଏକ ଭିଡିଓ ଜାରି କରି ଅଭିଜିତ୍ ଦୀପକେ କହିଛନ୍ତି ଯେ, ସେ ନିଜର ଛାତ୍ରବୃତ୍ତି ଏବଂ ଶିକ୍ଷା ଋଣ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସାର୍ବଜନୀନ କରିବାକୁ ପ୍ରସ୍ତୁତ।

ଦୀପକେ କହିଛନ୍ତି, “ମୋର ଶିକ୍ଷା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଯାଇଛି। ମୁଁ ମୋର ଛାତ୍ରବୃତ୍ତି ପତ୍ର ଓ ଶିକ୍ଷା ଋଣର ଦସ୍ତାବିଜ ଦେଖାଇବି। କିନ୍ତୁ ଯେଉଁମାନେ ମୋ ବିରୋଧରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ କଣ ନିଜର ପ୍ରକୃତ ଡିଗ୍ରୀ ଲୋକଙ୍କ ସାମ୍ନାରେ ରଖିବେ?” ଏହି ମନ୍ତବ୍ୟ ମାଧ୍ୟମରେ ସେ ପରୋକ୍ଷ ଭାବେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଅଭିଜିତ୍ ଦୀପକେ ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ଜନସମ୍ପର୍କ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ।

ଅନ୍ୟପକ୍ଷରେ, ଆରଟିଆଇ କର୍ମୀ ଅମିତ ତିୱାରୀ ମହାରାଷ୍ଟ୍ର ସରକାର, ଭାରତୀୟ ନିର୍ବାଚନ କମିସନ ଏବଂ କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ ନିକଟରେ ଆବେଦନ କରି ଦାବି କରିଛନ୍ତି ଯେ, ଅଭିଜିତଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରେ କନିଷ୍ଠ ଇଞ୍ଜିନିୟର ଭାବେ କାମ କରୁଥିଲେ ଏବଂ ଅବସର ସମୟରେ ତାଙ୍କର ମାସିକ ଦରମା ପ୍ରାୟ ୬୦ରୁ ୬୫ ହଜାର ଟଙ୍କା ଥିଲା। ଏଭଳି ଆୟରେ ଆମେରିକାର ପ୍ରତିଷ୍ଠିତ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ବିପୁଳ ଖର୍ଚ୍ଚ କିପରି ବହନ କରାଗଲା, ତାହାର ତଦନ୍ତ ହେବା ଉଚିତ୍ ବୋଲି ସେ ଦାବି କରିଛନ୍ତି। ଏହି ଅଭିଯୋଗକୁ ସେ ‘ଆୟଠାରୁ ଅଧିକ ସମ୍ପତ୍ତି’ ସନ୍ଦେହ ସହ ଯୋଡ଼ି ତଦନ୍ତ ଦାବି କରିଥିବା ବେଳେ, ଏହାକୁ ନେଇ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ