Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମ ମନ୍ଦିର ଦାନ ଦୁର୍ନୀତି ମାମଲା! ତଦନ୍ତ ଜୋରଦାର, ବ୍ୟାଙ୍କ ଲକରରେ ଥିବା ସୁନା-ରୂପାର କଲେ ଯାଞ୍ଚ ଟ୍ରଷ୍ଟ କର୍ତ୍ତୃପକ୍ଷ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ଦାନ ହେରଫେର ମାମଲାର ତଦନ୍ତ ମଧ୍ୟରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଟ୍ରଷ୍ଟର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ କୃଷ୍ଣ ମୋହନ ଅଯୋଧ୍ୟାସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ରଖାଯାଇଥିବା ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ସହ ସମ୍ପୃକ୍ତ ସମସ୍ତ ରେକର୍ଡର ସମୀକ୍ଷା କରିଛନ୍ତି। ମନ୍ଦିରର ଦାନ ପରିଚାଳନାକୁ ନେଇ ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ଏହି ଯାଞ୍ଚ କରାଯାଇଛି।

ସୂତ୍ର ଅନୁଯାୟୀ, କୃଷ୍ଣ ମୋହନ ସୋମବାର ସନ୍ଧ୍ୟାରେ ବ୍ୟାଙ୍କରେ ପହଞ୍ଚି ରାତି ପର୍ଯ୍ୟନ୍ତ ଲକରରେ ଥିବା ମୂଲ୍ୟବାନ ସାମଗ୍ରୀର ଯାଞ୍ଚ କରିଥିଲେ। ଏହି ସମୟରେ ସୁନା, ରୂପା ଓ ଅନ୍ୟ ମୂଲ୍ୟବାନ ଧାତୁର ତାଲିକା ପ୍ରସ୍ତୁତ କରାଯିବା ସହ ସେଗୁଡ଼ିକର ଫଟୋ ମଧ୍ୟ ଉଠାଯାଇଥିଲା। ଗତ ତିନି ଦିନ ଧରି ସେ ଟ୍ରଷ୍ଟର ଆର୍ଥିକ ଖାତା, ଲେଜର ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରିବା ପରେ ଅର୍ଥ ଓ ମୂଲ୍ୟବାନ ସମ୍ପତ୍ତିର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରିଛନ୍ତି।

ରାମ ମନ୍ଦିର ଦାନ ହେରଫେର ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ପୁଣିଥରେ ତଦନ୍ତ ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଜୁନ୍ ମାସରେ ମନ୍ଦିର ଦାନ ଆତ୍ମସାତ୍ ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ସରକାର SIT ଗଠନ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଏଫଆଇଆର୍ ରୁଜୁ କରାଯାଇ ଏହି ମାମଲାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ଜାରି ରହିଥିବା ବେଳେ ମନ୍ଦିରର ଅର୍ଥ ଓ ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ଏବଂ ହିସାବ ଯାଞ୍ଚକୁ ଟ୍ରଷ୍ଟ ପ୍ରାଥମିକତା ଦେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories