Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ ମାସର ଶିଶୁକୁ ଅପହରଣ କଲା କେୟାର ଟେକର! ୩ ଘଣ୍ଟାରେ ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ: ତେଲେଙ୍ଗାନାର ମେଡିପଲ୍ଲୀ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଅପହରଣ ଘଟଣା ସାମ୍ନାକୁ ଆସିଛି। ଘରେ କେୟାର ଟେକର ଭାବେ କାମ କରୁଥିବା ଜଣେ ମହିଳା ୮ ମାସର ଶିଶୁପୁତ୍ରକୁ ଅପହରଣ କରି ନେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଘଟଣାର ମାତ୍ର ୩ ଘଣ୍ଟା ମଧ୍ୟରେ ପୋଲିସ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ନାମ ନଲ୍ଲା ଦୁର୍ଗା ଭବାନୀ। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ମେଡିପଲ୍ଲୀ ଥାନାକୁ ଡାଏଲ୍-୧୦୦ ମାଧ୍ୟମରେ ଶିଶୁ ଅପହରଣ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ପୁଲିସ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଏହାସହ ରେଳ ଷ୍ଟେସନଗୁଡ଼ିକୁ ସତର୍କ କରାଯିବା ସହ ଦେବରକୋଣ୍ଡା ଓ ସୂର୍ଯ୍ୟାପେଟ ପୁଲିସ ଥାନା ସହ ସମ୍ପର୍କ ରଖାଯାଇଥିଲା ଅଭିଯୁକ୍ତକୁ ଧରିବା ପାଇଁ |

ବୈଷୟିକ ପ୍ରମାଣ ଏବଂ ଟେକ୍ନିକାଲ ଟ୍ରାକିଂର ସହାୟତାରେ ପୁଲିସ ଅଭିଯୁକ୍ତଙ୍କ ଅବସ୍ଥାନ ଚିହ୍ନଟ କରି କର୍ମାନଘାଟ ଅଞ୍ଚଳରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଶିଶୁଟିକୁ ତାଙ୍କ ପରିବାରଙ୍କ ହାତରେ ସମର୍ପଣ କରାଯାଇଛି। ଘଟଣାର କାରଣ ଏବଂ ଅପହରଣ ପଛର ଉଦ୍ଦେଶ୍ୟ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories