Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ରାଷ୍ଟ୍ରପତି ଟ୍ରମ୍ପଙ୍କ ‘ମେରିନ୍ ୱାନ୍’ ହେଲିକପ୍ଟର! ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ହଇଚଇ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ହେଲିକପ୍ଟର ‘ମେରିନ୍ ୱାନ୍’ ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ଉଡ଼ାଣ ସମୟରେ ଏକ ଯାତ୍ରୀବାହୀ ବିମାନ ଅତ୍ୟନ୍ତ ନିକଟକୁ ଆସିଯିବାରୁ କିଛି ସମୟ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ତେବେ ସଠିକ ସମୟରେ ନେଇଥିବା ପଦକ୍ଷେପ ଯୋଗୁଁ ଉଭୟ ବିମାନ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ।

ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ସୂଚନା ଅନୁଯାୟୀ, ମଙ୍ଗଳବାର ରେଗାନ୍ ୱାସିଂଟନ୍ ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଏବଂ ‘ମେରିନ୍ ୱାନ୍’ ହେଲିକପ୍ଟର ମଧ୍ୟରେ ଆବଶ୍ୟକ ସୁରକ୍ଷା ଦୂରତା ବଜାୟ ରହିନଥିଲା। ଏହି ଘଟଣା ପରେ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ପକ୍ଷରୁ ଆବଶ୍ୟକ ସମନ୍ୱୟ କରାଯାଇଥିଲା। ଏଫ୍‌ଏଏ ସ୍ପଷ୍ଟ କରିଛି ଯେ, ଏହି ଘଟଣାରେ ରାଷ୍ଟ୍ରପତି ଟ୍ରମ୍ପ କୌଣସି ବିପଦରେ ନଥିଲେ।

ଏହି ଘଟଣା ପରେ ବିମାନ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। କାରଣ ୨୦୨୫ ଜାନୁଆରୀରେ ଠିକ୍ ଏଭଳି ସୁରକ୍ଷା ତ୍ରୁଟି କାରଣରୁ ଆମେରିକାରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସଦ୍ୟ ଘଟଣା ପରେ ଏଫ୍‌ଏଏ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସୁରକ୍ଷା ପ୍ରୋଟୋକଲ୍‌ର ସମୀକ୍ଷା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories