Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଡବୋର୍ଡରେ ଭଙ୍ଗା ଗୋଡ଼ର ଚିକିତ୍ସା! ଭାଇରାଲ୍ ହେଲା ଭିଡିଓ; ବିହାର ସରକାରୀ ହସ୍ପିଟାଲକୁ ନେଇ ଉଠିଲା ପ୍ରଶ୍ନ

ପାଟନା: ବିହାରର ବେଗୁସରାଇ ଜିଲ୍ଲାର ଏକ ସରକାରୀ ହସ୍ପିଟାଲକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜଣେ ରୋଗୀଙ୍କ ଭଙ୍ଗା ଗୋଡର ପ୍ଲାଷ୍ଟର କରିବା ପରିବର୍ତ୍ତେ କାର୍ଡବୋର୍ଡରେ ବାନ୍ଧି ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି। ଏହି ଘଟଣା ମଞ୍ଜହୌଲ୍ ରେଫରାଲ୍ ହସ୍ପିଟାଲରେ ଘଟିଥିବା ଜଣାପଡ଼ିଛି, ଯାହାର ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରିଥିଲେ।

ସୂଚନା ଅନୁସାରେ, ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଭାବେ ଗୋଡକୁ ସ୍ଥିର ରଖିବା ପାଇଁ କାର୍ଡବୋର୍ଡ ବନ୍ଧାଯାଇଥିଲା। ପରେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ଏକ ବଡ଼ ମେଡିକାଲ୍ କେନ୍ଦ୍ରକୁ ରେଫର କରାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ତେବେ ଭିଡିଓଟି ଭାଇରାଲ୍ ହେବା ପରେ ବିହାରର ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ଏବେ ଗଭୀର ପ୍ରଶ୍ନ ଉଠିଛି। ଅନେକେ ଏହାକୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ବୋଲି ସମାଲୋଚନା କରୁଥିବା ବେଳେ, ଘଟଣାରେ ପ୍ରଶାସନର ସ୍ପଷ୍ଟୀକରଣ ରଖୁ ବୋଲି ପାଇଁ ଦାବି କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories