Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ମଣ୍ଡପରେ ୧୪ ପୁଅଙ୍କ ବିବାହ କରାଇଲେ ବାପା; ବିବାହ ଖର୍ଚ୍ଚ କମାଇବାକୁ ନିଆରା ପଦକ୍ଷେପ

ନୂଆଦିଲ୍ଲୀ: ବିବାହ ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବା ବେଳେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଜଣେ ବାପା ନେଇଛନ୍ତି ଏକ ନିଆରା ନିଷ୍ପତ୍ତି। ସେ ନିଜର ୧୪ ଜଣ ପୁଅଙ୍କ ବିବାହକୁ ଗୋଟିଏ ମଣ୍ଡପରେ ଏକାସାଙ୍ଗରେ ସମ୍ପନ୍ନ କରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଗଣବିବାହ ଉତ୍ସବ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପରିବାର ପକ୍ଷରୁ କୁହାଯାଇଛି ଯେ, ପୃଥକ୍ ପୃଥକ୍ ବିବାହ କରାଇଲେ ବିପୁଳ ଅର୍ଥ ବ୍ୟୟ ହୋଇଥାନ୍ତା। ସେଥିପାଇଁ ସମସ୍ତ ବିବାହକୁ ଏକାଠି ଆୟୋଜନ କରି ମଣ୍ଡପ, ସାଜସଜ୍ଜା, ଭୋଜି, ଅତିଥି ସତ୍କାର ଓ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚକୁ ବହୁ ପରିମାଣରେ କମାଇବା ସମ୍ଭବ ହୋଇଛି। ଏହା ସହ ପରିବାରର ସମସ୍ତ ସଦସ୍ୟ ଏକାଠି ମିଶି ଏହି ଖୁସିର ମୁହୂର୍ତ୍ତକୁ ସ୍ମରଣୀୟ କରିପାରିଛନ୍ତି।

ଏହି ନିଆରା ଗଣବିବାହର ଭିଡିଓ ଓ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକେ ପରିବାରର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ବଢ଼ୁଥିବା ବିବାହ ଖର୍ଚ୍ଚ ମଧ୍ୟରେ ଏଭଳି ସାମୂହିକ ଆୟୋଜନ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ବୋଲି ଅନେକ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories