ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପି.ଏଙ୍କ ହତ୍ୟାକାଣ୍ଡରେ CBIର ବଡ଼ ପଦକ୍ଷେପ; ଚାର୍ଜସିଟ୍ ଦାଖଲ, ତଦନ୍ତରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ରାଜନୀତିରେ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ପି.ଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ବଡ଼ ଅଗ୍ରଗତି ହୋଇଛି। ଏହି ବହୁଚର୍ଚ୍ଚିତ ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (CBI) ଚାର୍ଜସିଟ୍ ଦାଖଲ କରିଛି। ଦୀର୍ଘ ତଦନ୍ତ ପରେ ସଂଗ୍ରହ କରାଯାଇଥିବା ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଚନ୍ଦ୍ରନାଥ ରଥଙ୍କ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ର ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଭୂମିକାକୁ ନେଇ CBI ବିସ୍ତୃତ ତଦନ୍ତ କରିଥିଲା। ତଦନ୍ତ ସମୟରେ ବିଭିନ୍ନ ଡିଜିଟାଲ ପ୍ରମାଣ, ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ଏହି ସମସ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି ତଦନ୍ତକାରୀ ସଂସ୍ଥା।
ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ପରେ ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ଦେଖଦେଇଥିଲା |ଘଟଣାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରତିକ୍ରିୟା ଆସିଥିବା ବେଳେ ହତ୍ୟା ପଛରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି। CBI ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ପରେ ଏବେ ମାମଲାର ଆଗାମୀ ଶୁଣାଣି ଓ ଅଦାଲତଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

