Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NEET-UG ପ୍ରଶ୍ନପତ୍ର ଲିକ୍‌ର ପର୍ଦ୍ଦାଫାଶ! NTA ବିଷୟ ବିଶେଷଜ୍ଞଙ୍କ ସଂପୃକ୍ତି ନେଇ CBIର ବଡ଼ ଖୁଲାସା

ନୂଆଦିଲ୍ଲୀ: NEET-UG ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦାଖଲ କରିଥିବା ଚାର୍ଜସିଟ୍‌ ପରୀକ୍ଷା ବ୍ୟବସ୍ଥାର ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ତଦନ୍ତରେ ସାମ୍ନାକୁ ଆସିଛି ଯେ, ପ୍ରଶ୍ନପତ୍ର କୌଣସି ପ୍ରିଣ୍ଟିଂ ପ୍ରେସ୍‌ରୁ ଲିକ୍‌ ହୋଇନଥିଲା। ବରଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପାଇଁ କାର୍ଯ୍ୟ କରୁଥିବା ବିଷୟ ବିଶେଷଜ୍ଞମାନଙ୍କ ମାଧ୍ୟମରେ ଗୋପନୀୟ ପ୍ରଶ୍ନପତ୍ର ବାହାରକୁ ପହଞ୍ଚିଥିବା ଅଭିଯୋଗ କରାଯାଇଛି। ଏହି ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ଉପରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ ସ୍ୱତନ୍ତ୍ର CBI କୋର୍ଟ ଆସନ୍ତା ୧୦ ଅଗଷ୍ଟରେ ଶୁଣାଣି କରିବେ।

CBI ତଦନ୍ତ ଅନୁଯାୟୀ, ପ୍ରଶ୍ନପତ୍ରର ଅନୁବାଦ, ବ୍ୟାକ୍-ଟ୍ରାନ୍ସଲେସନ୍‌ ଏବଂ ପ୍ରୁଫ୍‌ରିଡିଂ ପ୍ରକ୍ରିୟା ସମୟରେ କିଛି ବିଷୟ ବିଶେଷଜ୍ଞ ନିଜ ଦାୟିତ୍ୱର ଦୁରୁପଯୋଗ କରି ଗୋପନୀୟ ସୂଚନା ଲିକ୍‌ କରିଥିଲେ। ଚାର୍ଜସିଟ୍‌ରେ ବଟାନି-ଜୁଲୋଜି ବିଶେଷଜ୍ଞ ମନୀଷା ଗୁରୁନାଥ ମନ୍ଧାରେ, କେମିଷ୍ଟ୍ରି ବିଶେଷଜ୍ଞ ପ୍ରଲ୍ହାଦ ବିଠ୍ଠଳରାଓ କୁଲକର୍ଣ୍ଣୀ ଏବଂ ଫିଜିକ୍ସ ବିଶେଷଜ୍ଞ ମନୀଷା ସଞ୍ଜୟ ହାୱାଲଦାରଙ୍କ ନାମ ଉଲ୍ଲେଖ କରାଯାଇଛି। ସେମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସମ୍ବନ୍ଧୀୟ ସୂଚନା ଏକ ସଂଗଠିତ ଚକ୍ରକୁ ପ୍ରଦାନ କରିଥିବା ଅଭିଯୋଗ ହୋଇଛି।

CBI କହିଛି, ଏହି ଚକ୍ର ପ୍ରଶ୍ନପତ୍ରକୁ PDF ଓ ଛବି ଆକାରରେ ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଆପ୍‌ ମାଧ୍ୟମରେ ବିଭିନ୍ନ ଦଲାଲ ଓ କୋଚିଂ ସଂସ୍ଥାଙ୍କ ପାଖକୁ ପହଞ୍ଚାଯାଇଥିଲା । ଡିଜିଟାଲ ପ୍ରମାଣ, ମୋବାଇଲ ଫୋନ୍‌, ପେନ୍‌ଡ୍ରାଇଭ୍‌ ଏବଂ ଚାଟ୍‌ ରେକର୍ଡର ଫରେନସିକ୍‌ ଯାଞ୍ଚ ପରେ ସମଗ୍ର ଷଡ଼ଯନ୍ତ୍ରର ଖୁଲାସା ହୋଇଥିବା CBI ଦାବି କରିଛି। ମାମଲାର ଶୁଣାଣି ପରେ କୋର୍ଟ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories