Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ଚାଟ୍‌ରେ ଫସି ଡିଫେନ୍ସ ସିକ୍ରେଟ୍‌ ତଥ୍ୟ ଲିକ୍‌ ଅଭିଯୋଗ, ପାକିସ୍ତାନୀ ହ୍ୟାଣ୍ଡଲର୍‌ଙ୍କ ସହ ଲିଙ୍କ୍‌ ନେଇ ଏୟାରଫୋର୍ସ ଅଧିକାରୀ ଗିରଫ!

ନୂଆଦିଲ୍ଲୀ: ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ଲିକ୍‌ କରିଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ତାଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ପୁଲିସର ସନ୍ଦେହ, ଏହି ଘଟଣା ଏକ ବଡ଼ ଗୁପ୍ତଚର ନେଟୱର୍କର ଯୋଜନା ରହିଥାଇ ପାରେ ଭାରତୀୟ ସେନା ଓ ଜାତୀୟ ସୁରକ୍ଷା ସମ୍ପର୍କିତ ରଣନୀତିକ ତଥ୍ୟ ହାସଲ କରିବା ପାଇଁ | ଆଇଏଏଫ୍‌ର ଇଣ୍ଟେଲିଜେନ୍ସ ୱିଙ୍ଗରୁ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ମେ ୩୧, ୨୦୨୬ ରାତିରେ ପୁଲିସ ତାଙ୍କୁ ଗିରଫ କରିଥିବା ସୂତ୍ରରୁ ଜଣାପଡ଼ିଛି।

ତଦନ୍ତକାରୀଙ୍କ ସୂଚନା ଅନୁସାରେ, ବ୍ୟକ୍ତିଗତ ଜୀବନର ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ୱିଙ୍ଗ କମାଣ୍ଡର ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ସହ ପରିଚିତ ହୋଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ନିୟମିତ ଚାଟ୍‌ ଓ ଭିଡିଓ କଲ୍‌ ଆରମ୍ଭ ହୋଇଥିଲା। ମହିଳା ଜଣକ ପ୍ରଥମେ ଅଧିକାରୀଙ୍କ ବିଶ୍ୱାସ ଜିତିବା ପରେ ସେନାର କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ମାଗିଥିବା ପୁଲିସ ଅଭିଯୋଗ କରିଛି। ଅଭିଯୋଗ ଅନୁଯାୟୀ, ୟୁନିଟ୍‌ର ଗତିବିଧି ଓ ମୁତୟନ ସମ୍ପର୍କିତ ତଥ୍ୟ, ଫଟୋ, ଭିଡିଓ ଏବଂ ଅନ୍ୟ ସମ୍ବେଦନଶୀଳ ଡାଟା ଡିଜିଟାଲ ମାଧ୍ୟମରେ ମହିଳାଙ୍କୁ ପଠାଯାଇଥିଲା। ପୁଲିସର ସନ୍ଦେହ, ମହିଳା ଜଣକ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ଜଡ଼ିତ ଥାଇପାରନ୍ତି ଏବଂ ଅଧିକାରୀଙ୍କୁ ‘ହନିଟ୍ରାପ୍‌’ରେ ଫସାଇଥିଲେ।

ମାମଲାର ତଦନ୍ତ ବେଳେ ଆହୁରି ଏକ ଗୁରୁତର ଦିଗ ସାମ୍ନାକୁ ଆସିଛି। ପୁଲିସ କହିଛି, ମହିଳା ଜଣକ ୱିଙ୍ଗ କମାଣ୍ଡରଙ୍କୁ ତାଙ୍କ ଜଣେ ସହକର୍ମୀଙ୍କ ମୋବାଇଲରେ ଏକ ନିର୍ଦ୍ଦିଷ୍ଟ ଆପ୍‌ ଇନ୍‌ଷ୍ଟଲ୍‌ କରିବାକୁ କହିଥିଲେ। ଏହି ଆପ୍‌ ସ୍ପାଇୱେୟାର କିମ୍ବା ରିମୋଟ୍‌ ଆକ୍ସେସ୍‌ ମାଲୱେୟାର ହୋଇଥାଇପାରେ ବୋଲି ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି। ଏହା ମାଧ୍ୟମରେ ମୋବାଇଲ ଡାଟା ଚୋରି, ଲୋକେସନ୍‌ ଟ୍ରାକିଂ କିମ୍ବା ଗୋପନୀୟ ଯୋଗାଯୋଗରେ ପ୍ରବେଶ କରିବା ସମ୍ଭବ। ଗିରଫ ପରେ ଅଧିକାରୀଙ୍କୁ ପୁଲିସ ହେପାଜତରେ ପଚରାଉଚରା କରାଯାଇଥିଲା ଏବଂ ପରେ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ପୁଲିସ ଏବେ ଡିଜିଟାଲ ଟ୍ରେଲ୍‌ ଯାଞ୍ଚ କରିବା ସହ ମହିଳାଙ୍କ ସହ ଯୋଗାଯୋଗର ମାଧ୍ୟମ, କେତେ ପରିମାଣର ସୂଚନା ଲିକ୍‌ ହୋଇଛି ଏବଂ କଥିତ ବିଦେଶୀ ହ୍ୟାଣ୍ଡଲର୍‌ମାନେ କିଏ, ସେନେଇ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories