Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋତେ ସିଏମ କରିବା ପାଇଁ ଭୋଟ୍ କଲେ, ହେଲେ କ’ଣ କରିବା, ମନର ବ୍ୟଥା ଲୁଚାଇ ପାରିଲେନି ଶିବକୁମାର

ବେଙ୍ଗାଲୁରୁ: କଂଗ୍ରେସର ବରିଷ୍ଠ ନେତା ତଥା କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ନିଜର ପଦ ସମ୍ଭାଳିବା ପରେ ପ୍ରଥମ ଥର ଶନିବାର ନିଜ ନିର୍ବାଚନ ମଣ୍ଡଳୀ କନକପୁରା ଗସ୍ତ କରିଛନ୍ତି। ଏଠାରେ ଜନତା ତାଙ୍କର ଜୋରଦାର ସ୍ଵାଗତ କରିଛନ୍ତି। ସ୍ଵାଗତରେ ଉତଫୁଲ୍ଲିତ ଶିବକୁମାର ନିଜ ସମର୍ଥକଙ୍କ ସାମ୍ନାରେ ନିଜର ମନର ବ୍ୟଥା ଲୁଚାଇ ପାରି ନାହାନ୍ତି। ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଗାନ୍ଧୀ ପରିବାରର ପରାମର୍ଶକ୍ରମେ ସେ ମୁଖ୍ୟମନ୍ତ୍ରୀ ପଦ ଦାବିଦାରରୁ ଓହରି ଥିଲେ।

ଶନିବାର ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ଶିବକୁମାର କହିଛନ୍ତି, ଆପଣମାନେ ମୋତେ ମୁଖ୍ୟମନ୍ତ୍ରୀ କରିବା ଲାଗି ବହୁ ସଂଖ୍ୟାରେ ଭୋଟ୍ ଦେଲେ, ମାତ୍ର କଣ କରିବା ? ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ମୋତେ ପରାମର୍ଶ ଦେଇଥିଲେ ଏବଂ ମୋତେ ସେମାନଙ୍କ କଥା ଉପରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା। ଏବେ ମୋତେ ଧୈର୍ଯ୍ୟ ଧରି ପ୍ରତୀକ୍ଷା କରିବା ଉଚିତ୍। କିନ୍ତୁ ଆପଣମାନେ ଯେଉଁ ଇଚ୍ଛା ରଖିଛନ୍ତି ତାହା ବ୍ୟର୍ଥ ଯିବ ନାହିଁ। ଆମକୁ ଅପେକ୍ଷା କରିବା ଉଚିତ୍।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ପ୍ରବଳ ଦାବିଦାର ଥିଲେ। ଉଭୟଙ୍କୁ ହାଇକମାଣ୍ଡଙ୍କ ତରଫରୁ ଦିଲ୍ଲୀ ଡକା ଯାଇଥିଲା। ଅନେକ ମାରାଥନ ବୈଠକ ପରେ ହାଇକମାଣ୍ଡ ସିଦ୍ଦରମୈୟାଙ୍କ ନାମରେ ମୋହର ମାରିଥିଲେ। ଶେଷରେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ