Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀଙ୍କ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ନିର୍ଦ୍ଦେଶକ ସକିଲ ନୁରାନୀ! ଜାମିନ ଖାରଜ କଲେ କୋର୍ଟ

ମୁମ୍ବାଇ: ଜଣେ ୩୩ ବର୍ଷୀୟ ଅଭିନେତ୍ରୀଙ୍କ ଦୁଷ୍କର୍ମ ଅଭିଯୋଗରେ ବଲିଉଡ୍‌ ନିର୍ଦ୍ଦେଶକ ସକିଲ ନୁରାନୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ୭୩ ବର୍ଷୀୟ ନୁରାନୀ ମୁମ୍ବାଇର ମାଲୱାଣୀସ୍ଥିତ ନିଜ ବାସଭବନକୁ ଅଭିନେତ୍ରୀଙ୍କୁ ଡାକିଥିଲେ। ସେଠାରେ ଫିଲ୍ମ ସମ୍ପର୍କରେ ଆଲୋଚନା କରିବା ପରେ ତାଙ୍କ ସହ ଯୌନ ନିର୍ଯାତନା କରିଥିବା ଅଭିଯୋଗ ହୋଇଛି।

ଅଭିନେତ୍ରୀଙ୍କ ଅଭିଯୋଗ ଅନୁସାରେ, ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବା ସହ ଫିଲ୍ମରେ ସୁଯୋଗ ନଦେବାକୁ ନୁରାନୀ ଧମକ ଦେଇଥିଲେ। ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରି ନୁରାନୀଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ବୋରିଭଲୀ ହଲିଡେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ହାଜତକୁ ପଠାଇଛନ୍ତି। ପୁଲିସ ତାଙ୍କୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

ସକିଲ ନୁରାନୀ ବଲିଉଡ୍‌ରେ ନିର୍ଦ୍ଦେଶନା ସହ ଫିଲ୍ମର କାହାଣୀ ଲେଖିବା କ୍ଷେତ୍ରରେ ମଧ୍ୟ କାମ କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ‘ବଡେ ଦିଲୱାଲା’ ଏବଂ ‘ଜୋରୁ କା ଗୁଲାମ’ ରହିଛି। ଏହି ଦୁଇଟି ଫିଲ୍ମ ଯଥାକ୍ରମେ ୧୯୯୯ ଓ ୨୦୦୦ରେ ମୁକ୍ତିଲାଭ କରିଥିଲା। ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲାର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories