୨.୭୦ ଲକ୍ଷ ଟଙ୍କାର ନୋଟ୍ରେ ସଜାଗଲା କାଉଁଡ଼ିଆ ବାହୁଙ୍ଗି! ସହାରନପୁରରେ ଚର୍ଚ୍ଚାରେ ଅନନ୍ୟ କାଉଁଡ଼ିଆ ଯାତ୍ରା
ମଧ୍ୟପ୍ରଦେଶ: ସାବନ ମାସର ପବିତ୍ର କାଉଁଡ଼ିଆ ଯାତ୍ରା ମଧ୍ୟରେ ଉତ୍ତରପ୍ରଦେଶର ସହାରନପୁରରୁ ଏକ ଅନନ୍ୟ ଦୃଶ୍ୟ ସାମ୍ନାକୁ ଆସିଛି। ୨.୭୦ ଲକ୍ଷ ଟଙ୍କାର ନୋଟ୍ରେ ସଜାଯାଇଥିବା ଏକ କାଉଁଡ଼ିଆ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏହି ଅଭିନବ କାଉଁଡ଼ିଆକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ଦେଖାଦେଇଛି।
ସାବନ ମାସରେ ଭଗବାନ ଶିବଙ୍କ ପ୍ରତି ଭକ୍ତି ପ୍ରକାଶ କରି କାଉଁଡ଼ିଆ ଯାତ୍ରା କରନ୍ତି ଶ୍ରଦ୍ଧାଳୁ। ଏହି ପରମ୍ପରା ମଧ୍ୟରେ ଏଭଳି ନୋଟ୍ରେ ସଜାଯାଇଥିବା କାଉଁଡ଼ିଆ ଏବେ ସହାରନପୁରରେ ବିଶେଷ ଆକର୍ଷଣ ସୃଷ୍ଟି କରିଛି। କାଉଁଡ଼ିଆରେ ପ୍ରାୟ ୨.୭୦ ଲକ୍ଷ ଟଙ୍କାର ନୋଟ୍ ବ୍ୟବହାର କରାଯାଇଥିବା ଜଣାପଡ଼ିଛି।
ତେବେ ଏହି ମୂଲ୍ୟବାନ କାଉଁଡ଼ିଆର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ ପୁଲିସର ଯବାନମାନଙ୍କୁ ମୁତୟନ କରାଯାଇଛି। ସାବନ ମାସର ଏହି ପବିତ୍ର ଯାତ୍ରା ମଧ୍ୟରେ କାଉଁଡ଼ିଆର ସୁରକ୍ଷାକୁ ନେଇ ପୁଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।

