Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡ଼ଖଣ୍ଡରେ ତୀବ୍ର ହେଲା ଛାତ୍ର ଆନ୍ଦୋଳନ! ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ମୁହାଁ ଆନ୍ଦୋଳନକାରୀ , ପୁଲିସର ଲାଠିଚାର୍ଜ ଓ ୱାଟର କ୍ୟାନନ

ରାଞ୍ଚିରେ ନିଯୁକ୍ତି ପରୀକ୍ଷାରେ ପେପର ଲିକ୍ ଓ ଅନିୟମିତତା ବିରୋଧରେ ଛାତ୍ର ଆନ୍ଦୋଳନ ଆଜି ଉଗ୍ର ରୂପ ନେଇଛି। ବିଧାନସଭା ଘେରାଉ ପାଇଁ ହଜାର ହଜାର ଛାତ୍ର ରାଜଧାନୀରେ ଏକାଠି ହୋଇଥିବା ବେଳେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାରୁ ପୁଲିସ ଲାଠିଚାର୍ଜ କରିବା ସହ ୱାଟର କ୍ୟାନନ ପ୍ରୟୋଗ କରିଛି। ଆନ୍ଦୋଳନକାରୀମାନେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC) ଓ ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (JSSC)ର ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତାର ସଂପୂର୍ଣ୍ଣ ତଦନ୍ତ ସହ ପରୀକ୍ଷା ସଂସ୍କାର ଦାବି କରୁଛନ୍ତି।

ଆନ୍ଦୋଳନକୁ ନେଇ ପ୍ରଶାସନ ପକ୍ଷରୁ ରାଞ୍ଚିର ବିଭିନ୍ନ ପ୍ରମୁଖ ଛକ ଓ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାରିକେଡ୍ ଲଗାଯାଇଛି ଏବଂ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ଜିଲ୍ଲା ସୀମା, ପ୍ରମୁଖ ରାସ୍ତା ଓ ରାଜପଥରେ ବସ୍ ଏବଂ ଘରୋଇ ଗାଡ଼ିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି। ଆଜି ରାଞ୍ଚିର ଅଧିକାଂଶ ସ୍କୁଲ୍ ବନ୍ଦ ରହିଥିବା ସୂଚନା ମିଳିଛି। ପୁଲିସ ପାଣି ତୋପ ଚଳାଇବା ସମୟରେ କିଛି ଛାତ୍ର ପାଣିର ଧାର ସାମ୍ନାରେ ନାଚୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଛାତ୍ରନେତା ଦେବେନ୍ଦ୍ର ମାହତୋ ଆନ୍ଦୋଳନକାରୀଙ୍କୁ ଶୃଙ୍ଖଳିତ ରହିବା ଏବଂ ପୁଲିସ ସହ ଯୁକ୍ତିତର୍କ ନକରି ବିକଳ୍ପ ଉପାୟରେ ବିଧାନସଭା ଅଭିମୁଖେ ଯିବାକୁ ଆହ୍ୱାନ କରିଥିଲେ।

ଛାତ୍ରମାନଙ୍କ ଆନ୍ଦୋଳନ ଗତ ୧୬ ଦିନ ଧରି ଚାଲିଥିବା ବେଳେ ସରକାର ପକ୍ଷରୁ ଗଠିତ କମିଟି ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ବାହାରିପାରିନାହିଁ। ସରକାର ୯୮ ପ୍ରତିଶତ ଦାବି ଗ୍ରହଣ କରିଥିବା ଦାବି କରୁଥିବା ବେଳେ ଛାତ୍ରମାନେ ୧୩ଟି ପରୀକ୍ଷା ମଧ୍ୟରୁ କେବଳ ୩ଟି ବାତିଲ କରିବାକୁ ସରକାର ରାଜି ହୋଇଥିବା କହିଛନ୍ତି। ଏହାସହ ଆନ୍ଦୋଳନକାରୀମାନେ CBI ତଦନ୍ତ ଦାବିରେ ଅଡ଼ି ରହିଛନ୍ତି ଏବଂ ୬ ଜଣ ପ୍ରତିବାଦକାରୀ ଏବେ ମଧ୍ୟ ଅନଶନରେ ଅଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନିୟମିତତା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି। ଏହି ମଧ୍ୟରେ JPSCରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହୋଇଛି। CID ସମନ ପରେ ତିନିଜଣ ସଦସ୍ୟ ଇସ୍ତଫା ଦେଇଥିବା ବେଳେ ଜୁଲାଇ ୨୨ରେ JPSC ଅଧ୍ୟକ୍ଷ ଏଲ୍. କିଆଙ୍ଗତେ ମଧ୍ୟ ପଦରୁ ଇସ୍ତଫା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories