Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମରେ ବନ୍ୟାର ଭୟଙ୍କର ରୂପ! ମୃତ୍ୟୁସଂଖ୍ୟା ୧୦୦ ପାର୍; ଦିଲ୍ଲୀ ସମେତ ଅନେକ ରାଜ୍ୟକୁ ବର୍ଷା ଚେତାବନୀ

ଆସାମ: ଆସାମରେ ଲଗାତାର ବର୍ଷା ଓ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବନ୍ୟାଜନିତ ବିଭିନ୍ନ ଘଟଣାରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ଜଣାପଡ଼ିଛି। ସରକାରୀ ତଥ୍ୟ ଅନୁସାରେ ମୃତକଙ୍କ ମଧ୍ୟରେ ୬୦ ଜଣ ପୁରୁଷ, ୨୩ ଜଣ ମହିଳା ଏବଂ ୧୮ ଜଣ ଶିଶୁ ରହିଛନ୍ତି। କଚାରରେ ୨୨, ଶିବସାଗରରେ ୪୯, କରିମଗଞ୍ଜରେ ୯ ଏବଂ ଗୋଲାଘାଟରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଧେମାଜି, ନାଗାଁଓ, ଉଦାଲଗୁଡ଼ି, ସୋନିତପୁର ଓ କାର୍ବି ଆଙ୍ଗଲୋଂଗ୍ ଭଳି ଜିଲ୍ଲା ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି।

ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ, ବିହାର, କେରଳ, ଗୁଜରାଟ ସମେତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ପ୍ରବଳ ବର୍ଷା ଓ ଖରାପ ପାଗକୁ ନେଇ ସତର୍କତା ଜାରି ହୋଇଛି। ହାଥିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ାଯିବା ପରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବଢ଼ିଥିଲା। ଏହାକୁ ନେଇ ରାଜଧାନୀରେ ବନ୍ୟା ଆଶଙ୍କା ଦେଖାଦେଇଥିଲା। ତେବେ ବର୍ତ୍ତମାନ ଯମୁନାର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଉଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି।

ସେପଟେ ଦିଲ୍ଲୀରେ ପ୍ରବଳ ବର୍ଷା ସହ ଝଡ଼ବର୍ଷାର ସମ୍ଭାବନା ନେଇ ଚେତାବନୀ ଜାରି ହୋଇଛି। ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଆସାମର ଭୟାବହ ବନ୍ୟା ପରିସ୍ଥିତି ସହ ଦେଶର ବିଭିନ୍ନ ରାଜ୍ୟରେ ଖରାପ ପାଗ ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories