Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଜମ୍ବି ଡ୍ରଗ୍’ ଭିଡିଓ ସେୟାର କରି ଅଡୁଆରେ ହରଭଜନ, ଭୁଲ୍ ଲୋକେସନ୍‌କୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ୍!

ନୂଆଦିଲ୍ଲୀ: ପଞ୍ଜାବରେ ବଢ଼ୁଥିବା ନିଶା ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରି ଏକ ଭାଇରାଲ୍‌ ଭିଡିଓ ସେୟାର କରି ବିବାଦରେ ପଡ଼ିଛନ୍ତି ପୂର୍ବତନ କ୍ରିକେଟର ତଥା ବିଜେପି ରାଜ୍ୟସଭା ସାଂସଦ ହରଭଜନ ସିଂହ। ଦୁଇ ଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଥିବା ଭଳି ଦେଖାଯାଉଥିବା ଏହି ଭିଡିଓକୁ ସେ ପଞ୍ଜାବର ବୋଲି ଦାବି କରି ସେୟାର କରିଥିଲେ। ଭିଡିଓରେ ଯୁବକ ଦୁଇଜଣ ଠିକ୍‌ ଭାବେ ଠିଆ ହୋଇପାରୁନଥିବା ଏବଂ ଅସ୍ୱାଭାବିକ ଆଚରଣ କରୁଥିବା ଦେଖାଯାଉଛି। ପୋଷ୍ଟ ମାଧ୍ୟମରେ ହରଭଜନ ପଞ୍ଜାବର ଯୁବପିଢ଼ି ନିଶା କବଳରେ ପଡ଼ୁଥିବା ନେଇ ଚିନ୍ତା ପ୍ରକାଶ କରିବା ସହ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ।

ତେବେ ହରଭଜନଙ୍କ ପୋଷ୍ଟ ପରେ ଭିଡିଓର ପ୍ରକୃତ ସ୍ଥାନକୁ ନେଇ ପ୍ରଶ୍ନ ଉଠିଥିଲା। ଯାଞ୍ଚ ପରେ ଭିଡିଓଟି ପଞ୍ଜାବର ନୁହେଁ, ବରଂ ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳର ବୋଲି ସାମ୍ନାକୁ ଆସିଥିବା ଦାବି କରାଯାଇଛି। ଏହାପରେ ହରଭଜନଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଛି। ପଞ୍ଜାବର ନିଶା ସମସ୍ୟା ଭଳି ଗମ୍ଭୀର ପ୍ରସଙ୍ଗରେ ଭିଡିଓର ସ୍ଥାନ ଯାଞ୍ଚ ନକରି ପୋଷ୍ଟ କରାଯାଇଥିବା ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି।

ଏହି ଘଟଣାକୁ ନେଇ ପଞ୍ଜାବରେ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି। ଆମ୍‌ ଆଦମୀ ପାର୍ଟିର ନେତାମାନେ ହରଭଜନଙ୍କୁ ସମାଲୋଚନା କରିଛନ୍ତି। ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ଡାକ୍ତର ବଲଜିତ କୌର ମଧ୍ୟ ଭିଡିଓଟି ପଞ୍ଜାବର ନୁହେଁ ବୋଲି କହି ହରଭଜନଙ୍କୁ ଟାର୍ଗେଟ୍‌ କରିଥିବା ରିପୋର୍ଟ ରହିଛି। ତେବେ ଏହି ବିବାଦ ନେଇ ହରଭଜନ ସିଂହଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ। ଭୁଲ୍‌ ଲୋକେସନ୍‌ ସହ ଭିଡିଓ ସେୟାର ହେବାକୁ ନେଇ ବଢ଼ୁଥିବା ବିବାଦ ଏବେ କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories