Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବଗଙ୍ଗେ ପାହାଡ଼ରେ ଟ୍ରେକିଂ ବେଳେ ନିଖୋଜ ହେଲେ ସଫ୍ଟୱେର ଇଞ୍ଜିନିୟର;୧୦୦ରୁ ଅଧିକ ଉଦ୍ଧାରକାରୀଙ୍କ ସର୍ଚ୍ଚ ଅପରେସନ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଉପକଣ୍ଠରେ ଥିବା ଶିବଗଙ୍ଗେ ପାହାଡ଼ରେ ଏକାକୀ ଟ୍ରେକିଂ କରିବାକୁ ଯାଇ ୩୧ ବର୍ଷୀୟ ଜଣେ ସଫ୍ଟୱେର ପ୍ରଫେସନାଲ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ ସହ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ବନ ବିଭାଗର ଟିମ୍‌ ମିଳିତ ଭାବେ ବ୍ୟାପକ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ପାହାଡ଼ର ପଥରିଆ ଅଞ୍ଚଳ, ଘଞ୍ଚ ଜଙ୍ଗଲ, ବୁଦା ଏବଂ ଦୁର୍ଗମ ସ୍ଥାନରେ ଖୋଜାଖୋଜି ଜାରି ରହିଛି।

ନିଖୋଜ ଯୁବକଙ୍କ ନାମ ଅଦ୍ୱୈତ ଉପାଧ୍ୟାୟ। ସେ ଆଇଆଇଟିରୁ ଶିକ୍ଷା ଲାଭ କରିବା ସହ ସାଇବର ସିକ୍ୟୁରିଟିରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ସେ ଇନ୍ଦୋରର ଜଣେ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡ଼ିଛି। ଆସନ୍ତା ଜାନୁଆରୀରେ ତାଙ୍କର ବିବାହ ହେବାକୁ ଥିଲା। ତେବେ ଏକାକୀ ଟ୍ରେକିଂ ସମୟରେ ସେ କେଉଁଠାରେ ନିଖୋଜ ହେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅଦ୍ୱୈତଙ୍କ ସନ୍ଧାନରେ ପ୍ରାୟ ୧୦୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍‌ ପହଞ୍ଚିବା କଷ୍ଟକର ଅଞ୍ଚଳଗୁଡ଼ିକୁ ଯାଞ୍ଚ କରିବା ପାଇଁ ହାଇ-ରିଜୋଲ୍ୟୁସନ୍‌ ଡ୍ରୋନ୍‌ ବ୍ୟବହାର କରୁଛି। ଏହାସହ ପାହାଡ଼ର ପଥରିଆ ଉଚ୍ଚ ସ୍ଥାନ, ଖାଇ, ବୁଦା ଏବଂ ମୁଖ୍ୟ ଟ୍ରେକିଂ ରାସ୍ତାଠାରୁ ଦୂର ଅଞ୍ଚଳରେ ଗ୍ରାଉଣ୍ଡ ଟିମ୍‌ ତଲାସୀ ଚଳାଇଛି। ଯୁବକଙ୍କୁ ଶୀଘ୍ର ଠାବ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସ୍ଥାନରେ ତଲାସୀ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories