Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କ ଛୁଟି ଫଟୋକୁ ନେଇ ବିବାଦ, ଫୋଟୋରେ ମହିଳା ଓ ଶିଶୁ ଜଣକ କିଏ ବୋଲି ଗିରିରାଜ ସିଂହଙ୍କ ପ୍ରଶ୍ନ!

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଛୁଟି ସମୟର ଫଟୋକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ଏକ ଡଙ୍ଗାରେ ଜଣେ ମହିଳା ଓ ଶିଶୁଙ୍କ ସହ ରାହୁଲଙ୍କ ଫଟୋକୁ କେନ୍ଦ୍ର କରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ସେ ‘ଏକ୍ସ’ରେ ଫଟୋଟି କେଉଁଠି ଓ କେବେ ଉଠାଯାଇଥିଲା ଏବଂ ତାଙ୍କ ସହ ଥିବା ମହିଳା ଓ ଶିଶୁ କିଏ ବୋଲି ପଚାରିଛନ୍ତି। ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଛି।

କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଫଟୋରେ ଥିବା ମହିଳା ଓ ଶିଶୁ ରାହୁଲ ଗାନ୍ଧୀଙ୍କ ବନ୍ଧୁଙ୍କ ପତ୍ନୀ ଓ ପୁଅ। ସେମାନେ ପରିବାର ସହ ଛୁଟି କାଟିବାକୁ ଯାଇଥିବା ବେଳେ ଫଟୋଟି ଉଠାଯାଇଥିଲା। କଂଗ୍ରେସର ଅନ୍ୟ ଜଣେ ନେତାଙ୍କ ଦାବି ଅନୁସାରେ, ଏହି ଫଟୋ ଆମେରିକାର ଟେକ୍ସାସ୍‌ସ୍ଥିତ ଲେକ୍ ରେ ରବର୍ଟସ୍‌ରେ ଉଠାଯାଇଥିଲା। ତେବେ ଫଟୋଟି ରାହୁଲଙ୍କ ସାମ୍ପ୍ରତିକ ବିଦେଶ ଗସ୍ତ ସମୟର କି ନୁହେଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ବିଜେପି ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠାଇ ଆସୁଛି। ବିଜେପି ପକ୍ଷରୁ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ, ଯାତ୍ରାର ଉଦ୍ଦେଶ୍ୟ ଓ ବିଭିନ୍ନ ସାକ୍ଷାତକାରକୁ ନେଇ ମଧ୍ୟ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି। ଏବେ ଛୁଟି ସମୟର ଏହି ଫଟୋକୁ ନେଇ ଉଭୟ ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories