Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଏମସିରେ ସାୟନୀ ଘୋଷଙ୍କୁ ବିରୋଧ! ଅଫିସ୍‌ରେ ତାଲା ପକାଇଲେ କର୍ମୀ; ନାମଫଳକ ଉପାଡ଼ି ଫିଙ୍ଗିଦେଲେ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଟିଏମସି ସାଂସଦ ସାୟନୀ ଘୋଷଙ୍କୁ ନେଇ ଦଳ ଭିତରେ ବିରୋଧ ତୀବ୍ର ହୋଇଛି। କୋଲକାତାର ଗଡ଼ଫା ଅଞ୍ଚଳରେ ଥିବା ସାୟନୀ ଘୋଷଙ୍କ କାର୍ଯ୍ୟାଳୟରେ କିଛି ଦଳୀୟ କର୍ମୀ ତାଲା ପକାଇଥିବା ଅଭିଯୋଗ ହୋଇଛି। ଏଥିସହ କାର୍ଯ୍ୟାଳୟ ବାହାରେ ଥିବା ତାଙ୍କ ନାମଫଳକକୁ ଉପାଡ଼ି ଫିଙ୍ଗି ଦିଆଯାଇଥିବାବେଳେ ‘ଗଦ୍ଦାର’ ଏବଂ ‘ଗୋ ବ୍ୟାକ୍ ସାୟନୀ’ ଲେଖାଥିବା ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।

୨୦୨୪ ଲୋକସଭା ନିର୍ବାଚନରେ ସାୟନୀ ଘୋଷ ତୃଣମୂଳ କଂଗ୍ରେସ ଟିକେଟରେ ଯାଦବପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ତେବେ ତାଙ୍କ ବିରୋଧରେ ଦଳୀୟ ନିର୍ଦ୍ଦେଶ ଉଲ୍ଲଂଘନ କରି ଏକ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ଏବଂ ଏନଡିଏ ବୈଠକରେ ଯୋଗଦେବା ନେଇ ଅଭିଯୋଗ ଉଠିଛି। ଏହାକୁ ନେଇ କିଛି ଟିଏମସି କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ଦଳୀୟ ସମ୍ବଳ ଓ କର୍ମୀଙ୍କ ପରିଶ୍ରମରେ ପ୍ରସ୍ତୁତ କାର୍ଯ୍ୟାଳୟକୁ ବ୍ୟବହାର କରି ସାୟନୀ ଅନ୍ୟ ରାଜନୈତିକ ଗୋଷ୍ଠୀ ପାଇଁ କାମ କରୁଛନ୍ତି। ଏହି ଅଭିଯୋଗକୁ ନେଇ କର୍ମୀମାନେ ‘ବିଶ୍ୱାସଘାତକଙ୍କ ପାଇଁ ଟିଏମସିରେ ସ୍ଥାନ ନାହିଁ’ ବୋଲି ସ୍ଲୋଗାନ ଦେଇଥିବା କୁହାଯାଉଛି।

ଘଟଣାକୁ ନେଇ ଗଡ଼ଫା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ତେବେ ଅଫିସ୍‌ରେ ତାଲା ପକାଯିବା ଓ ନାମଫଳକ ହଟାଯିବା ଘଟଣା ନେଇ ସାୟନୀ ଘୋଷ କିମ୍ବା ଟିଏମସିର ବରିଷ୍ଠ ନେତୃତ୍ୱଙ୍କ ପକ୍ଷରୁ ତୁରନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଘଟଣାକୁ ନେଇ ଏବେ ପଶ୍ଚିମବଙ୍ଗର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ