Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ଅଜବ ଘଟଣା: ୫ ବର୍ଷ ହେଲା ପୋଖରୀରେ ରହୁଛନ୍ତି ୧୬ ବର୍ଷୀୟ ନାବାଳକ!

ପଶ୍ଚିମବଙ୍ଗ: ମୁର୍ଶିଦାବାଦର ୧୬ ବର୍ଷୀୟ ଇକବାଲ ଶେଖଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରାୟ ୫ ବର୍ଷ ଧରି ସେ ଅଧିକାଂଶ ସମୟ ଏକ ପୋଖରୀ ପାଣିରେ ବିତାଉଥିବା ଦାବି କରାଯାଉଛି। ଇକବାଲଙ୍କ କହିବା ଅନୁସାରେ, ଜିନ୍‌ ବା ଏକ ଅଲୌକିକ ଶକ୍ତି ତାଙ୍କୁ ପାଣିରେ ରହିବାକୁ ବାଧ୍ୟ କରୁଛି। ତେବେ ଏହି ଦାବିର ସତ୍ୟତା କିମ୍ବା ଏହା ପଛରେ କୌଣସି ଚିକିତ୍ସାଜନିତ କାରଣ ଅଛି କି ନାହିଁ, ଏନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ।

ଇକବାଲଙ୍କ ଅନୁସାରେ, ପୋଖରୀରୁ ବାହାରିବା ପରେ ତାଙ୍କ ଶରୀରରେ ଅସହ୍ୟ ଜଳାପୋଡ଼ା ହୋଇଥାଏ। ଏହି ଅସୁବିଧା ଯୋଗୁଁ ସେ ପୁଣି ପାଣି ଭିତରକୁ ଚାଲିଯାଆନ୍ତି ଏବଂ ସେଠାରେ ରହିଲେ ଆରାମ ମିଳୁଥିବା କହିଛନ୍ତି। ଦୀର୍ଘ ସମୟ ପାଣିରେ ରହୁଥିବାରୁ ପରିବାର ଲୋକଙ୍କ ସମେତ ସ୍ଥାନୀୟ ବାସିନ୍ଦା ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଅଛନ୍ତି।

ପୋଖରୀ ପାଖରେ ରହୁଥିବା ଇକବାଲଙ୍କୁ ସ୍ଥାନୀୟ ଲୋକେ ଚୁଡ଼ା, ବିସ୍କୁଟ ଭଳି ଖାଦ୍ୟ ଦେଉଥିବା ଜଣାପଡ଼ିଛି। ନିରନ୍ତର ପାଣିରେ ରହିବାରୁ ତାଙ୍କ ଚର୍ମ ଫୁଲିଯିବା ଓ ଶରୀର ଧଳା ପଡ଼ିବା ସହ ଥଣ୍ଡା ଓ ଜ୍ୱର ଭଳି ସମସ୍ୟା ଦେଖାଦେଉଛି। ପରିବାର ପକ୍ଷରୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ଉନ୍ନତ ଚିକିତ୍ସା ସମ୍ଭବ ହୋଇନାହିଁ। ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ସହଯୋଗ କରୁଛନ୍ତି। ତେବେ ଇକବାଲଙ୍କ ଅସ୍ୱାଭାବିକ ଅବସ୍ଥାର ପ୍ରକୃତ କାରଣ ବିଶେଷଜ୍ଞଙ୍କ ପରୀକ୍ଷା ପରେ ହିଁ ସ୍ପଷ୍ଟ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ