Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପା ମୋବାଇଲ୍ ନେଇଯିବା ପରେ ନିଖୋଜ ଦ୍ୱାଦଶ ଶ୍ରେଣୀ ଛାତ୍ର; ଟେବୁଲ୍‌ରୁ ମିଳିଲା ‘କାଶୀ ଯାଉଛି’ ଲେଖା ଚିଠି

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରେ ଦ୍ୱାଦଶ ଶ୍ରେଣୀର ଛାତ୍ର ଶିବ ସୂର୍ଯ୍ୟ ଅଗଷ୍ଟ ୯ ତାରିଖ ଶନିବାରଠାରୁ ନିଖୋଜ ଅଛନ୍ତି। ଅନଲାଇନ୍ ଗେମ୍ ଖେଳିବା ଅଭ୍ୟାସ ନେଇ ଚିନ୍ତିତ ହୋଇ ତାଙ୍କ ବାପା ମୋବାଇଲ୍ ଫୋନ୍ ନେଇଯିବା ପରେ ସେ ଘରୁ ଚାଲିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ଚୋକ୍ଲିସ୍ଥିତ ରାମାଭିଲାସମ୍ ହାୟର ସେକେଣ୍ଡାରୀ ସ୍କୁଲ୍‌ର ଛାତ୍ର ଶିବଙ୍କ ନିଖୋଜ ନେଇ ପରିବାର ଚୋକ୍ଲି ପୁଲିସରେ ଅଭିଯୋଗ କରିଛି।

ଛାତ୍ରଙ୍କ ଷ୍ଟଡି ଟେବୁଲ୍‌ରୁ ଏକ ଚିଠି ମିଳିଥିବା ପରିବାର କହିଛି। ଏଥିରେ ସେ ‘କାଶୀ ଯାଉଛି, ସେଠାରେ ବାକି ଜୀବନ ବିତାଇବି ଏବଂ ଭଗବାନଙ୍କ ସହ ମିଶିଯିବି’ ବୋଲି ଲେଖିଥିବା ଜଣାପଡ଼ିଛି। ତାଙ୍କ ବାପା ଏ. ଜିଗୀଶଙ୍କ କହିବା ଅନୁସାରେ, ଶିବ ଅନଲାଇନ୍ ଗେମ୍ ଖେଳିବାରେ ଅଭ୍ୟସ୍ତ ହୋଇପଡ଼ିଥିଲେ ଏବଂ ଗେମିଂରେ ଟଙ୍କା ମଧ୍ୟ ହରାଇଥିଲେ। ଏହାପରେ ବାପା ତାଙ୍କ ମୋବାଇଲ୍ ନେଇଯାଇଥିଲେ। ତେବେ ଚିଠିରେ କାଶୀ ଯିବା କଥା ଉଲ୍ଲେଖ ଥିଲେ ମଧ୍ୟ ଶିବ ପ୍ରକୃତରେ ସେଠାକୁ ଯାଇଛନ୍ତି କି ନାହିଁ, ଏନେଇ କୌଣସି ନିଶ୍ଚିତ ସୂଚନା ମିଳିନାହିଁ।

ଶିବଙ୍କୁ ଖୋଜିବା ପାଇଁ ପୁଲିସ ତଦନ୍ତ ଓ ସର୍ଚ୍ଚ ଅପରେସନ୍ ଜୋରଦାର କରିଥିବା ବେଳେ ପରିବାର, ପଡ଼ୋଶୀ ଓ ସମ୍ପର୍କୀୟମାନେ ମଧ୍ୟ ଖୋଜାଖୋଜିରେ ସାମିଲ ହୋଇଛନ୍ତି। ତଥାପି ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନାହିଁ। ବିଭିନ୍ନ ଜନପ୍ରତିନିଧି, ରାଜନୈତିକ ଓ ସାମାଜିକ ନେତା ମଧ୍ୟ ପରିବାରକୁ ଭେଟିଛନ୍ତି। ବିଜେପି କନ୍ନୁର ଜିଲ୍ଲା ସଭାପତି ବିଜୁ ଏଲାକୁଝି ମଧ୍ୟ ପରିବାରକୁ ଭେଟି ପୁଲିସକୁ ତଦନ୍ତ ତ୍ୱରାନ୍ୱିତ କରି ଶିବଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ