Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛେଳି ଚୋରି କରିବାକୁ ଆସିଥିଲେ ୨ ଚୋର, ଧରିଦେଲେ ଗାଁ ଲୋକ; ରାତିସାରା ନଚାଇଲେ!

ଗୋଟାଏ ଛେଳି ଚୋରି କରିବାକୁ ଆସିଥିଲେ ଚୋର, କିନ୍ତୁ ସବୁ ଯୋଜନା ଫସର ଫାଟିଗଲା | ଦୁଇ ଚୋରଙ୍କର ଯୋଜନା ସେତେବେଳେ ଫେଲ୍‌ ହୋଇଗଲା, ଯେତେବେଳେ ଗାଁ ଲୋକେ ସେମାନଙ୍କୁ ଚୋରି କରୁଥିବା ବେଳେ ଧରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଏହି ଅଜବ ଘଟଣାକୁ ନେଇ ଗାଁରେ ଚର୍ଚ୍ଚା ସହ ହାସ୍ୟରୋଳ ମଧ୍ୟ ସୃଷ୍ଟି ହୋଇଥିଲା।

ତେବେ ଚୋରି ଅଭିଯୋଗରେ ଧରାପଡ଼ିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗାଁ ଲୋକେ ମାଡ଼ ମାରିବା ବଦଳରେ ଏକ ଅଜବ ଦଣ୍ଡ ଦେଇଥିଲେ। ସେମାନଙ୍କୁ ଗୀତ ବଜାଇ ନଚାଇଥିବା ଜଣାପଡ଼ିଛି। ରାତିସାରା ଗୀତର ତାଳେ ନାଚିବାକୁ ପଡ଼ିଥିବାରୁ ଦୁଇ ଅଭିଯୁକ୍ତଙ୍କ ଅବସ୍ଥା ଦେଖି ଗାଁ ଲୋକେ ମଧ୍ୟ ମଜା ନେଇଥିଲେ।

ଏହି ଘଟଣାରେ ଛେଳିଟି ସୁରକ୍ଷିତ ରହିଥିବା ବେଳେ, ଚୋରି କରିବାକୁ ଆସିଥିବା ଦୁଇ ଜଣ ନିଜେ ଗାଁର ମନୋରଞ୍ଜନର କାରଣ ପାଲଟିଯାଇଥିଲେ। ତେବେ ଘଟଣାଟି କେଉଁ ସ୍ଥାନରେ ଘଟିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ କୌଣସି ଆଇନଗତ ପଦକ୍ଷେପ ନେଇଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି | ଲୋକେ ଗାଁ ଲୋକଙ୍କ ବୁଦ୍ଧିକୁ ପ୍ରଶଂସା କରିବା ସହିତ ଉଚିତ ଏଭଳି ପଦକ୍ଷେପକୁ ଉଚିତ ବୋଲି କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories