Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇର ୧୨ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ! ୨ ବର୍ଷର ଶିଶୁ ଓ ଯୁବତୀ ମୃତ, ୬ ଆହତ

ମୁମ୍ବାଇ: ମୁମ୍ବାଇର ଭିଲେ ପାର୍ଲେ (ପଶ୍ଚିମ) ଅଞ୍ଚଳରେ ଥିବା ଏକ ୧୨ ମହଲା ଆପାର୍ଟମେଣ୍ଟର ୧୧ତମ ମହଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ୪,୦୦୦ ବର୍ଗଫୁଟ୍ ଅଞ୍ଚଳରେ ନିଆଁ ବ୍ୟାପିଯିବାରୁ ଅଢ଼େଇ ବର୍ଷର ଶିଶୁ ଅବୀର ଓ ୨୩ ବର୍ଷୀୟା ଅଙ୍କିତାଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ନିଆଁରେ ବୈଦ୍ୟୁତିକ ସରଞ୍ଜାମ, ଏସି, ଆସବାବପତ୍ର, ଫଲ୍ସ ସିଲିଂ ଓ ରୋଷେଇ ସାମଗ୍ରୀ ଜଳି ନଷ୍ଟ ହୋଇଛି।

ମୁମ୍ବାଇ ଅଗ୍ନିଶମ ବାହିନୀକୁ ରାତି ପ୍ରାୟ ୧୦ଟା ୨ ମିନିଟ୍‌ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ପ୍ରଥମେ ଏହାକୁ ଲେଭଲ-୧ ଅଗ୍ନିକାଣ୍ଡ ଭାବେ ଘୋଷଣା କରାଯାଇଥିଲା। ତେବେ ନିଆଁର ଭୟାବହତା ବଢ଼ିବାରୁ ରାତି ୧୦ଟା ୧୬ ମିନିଟ୍‌ରେ ଏହାକୁ ଲେଭଲ-୨ ଘୋଷଣା କରାଯାଇଥିଲା। ପ୍ରାୟ ୩ ଘଣ୍ଟାର ଅପରେସନ୍‌ ପରେ ରାତି ୧ଟା ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡରେ ଆହତ ୮ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ କୁପର ହସ୍ପିଟାଲ ଏବଂ ୬ ଜଣଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବୀର ଓ ଅଙ୍କିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କ ମଧ୍ୟରୁ ୨ ଜଣ ଚିକିତ୍ସା ପରେ ଡିସ୍‌ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ଏନେଇ ଯାଞ୍ଚ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories