Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ସରକାରଙ୍କ ବଡ ପଦକ୍ଷେପ! ତମାଖୁ ଓ ନିକୋଟିନ୍‌ ମିଶିଥିବା ଗୁଟଖା ଏବଂ ପାନ ମସଲା ଉପରେ କଡା କଟକଣା

କର୍ଣ୍ଣାଟକ: କର୍ଣ୍ଣାଟକ ସରକାର ତମାଖୁ ଓ ନିକୋଟିନ୍‌ ମିଶିଥିବା ଗୁଟଖା ଏବଂ ପାନ ମସଲା ଉପରେ ଏକ ବର୍ଷ ପାଇଁ କଟକଣା ଲଗାଇଛନ୍ତି। ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟରେ ଏହି ଉତ୍ପାଦଗୁଡ଼ିକର ଉତ୍ପାଦନ, ମହଜୁଦ, ବଣ୍ଟନ, ପରିବହନ ଓ ବିକ୍ରିକୁ ନିଷିଦ୍ଧ କରାଯାଇଛି। ୨୦୨୬ ଜୁନ୍‌ ୧୫ ତାରିଖରେ କର୍ଣ୍ଣାଟକ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି।

ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୦ର ଉପଧାରା (୨)(a) ଏବଂ Food Safety and Standards (Prohibition and Restrictions on Sales) Regulations, 2011ର Regulation 2.3.4 ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଗୁଟଖା ଓ ପାନ ମସଲା ନୁହେଁ, ଅନ୍ୟ ନାମରେ ବିକ୍ରି ହେଉଥିବା ଏଭଳି ସମସ୍ତ ଉତ୍ପାଦ ମଧ୍ୟ ଏହି କଟକଣା ଅଧୀନରେ ଆସିବ, ଯେଉଁଥିରେ ଶେଷ ଉତ୍ପାଦରେ ତମାଖୁ କିମ୍ବା ନିକୋଟିନ୍‌ ରହିଛି।

ବିଜ୍ଞପ୍ତି ଅନୁସାରେ, ଉତ୍ପାଦ ପ୍ୟାକେଟ୍‌ରେ ହେଉ କିମ୍ବା ଖୋଲା ଭାବେ ବିକ୍ରି ହେଉ, ଏହି ନିଷେଧ ଲାଗୁ ହେବ। ଏପରିକି ତମାଖୁ କିମ୍ବା ନିକୋଟିନ୍‌ ଥିବା ସାମଗ୍ରୀକୁ ଅଲଗା ଅଲଗା ପ୍ୟାକେଟ୍‌ରେ ରଖି ଗ୍ରାହକ ନିଜେ ମିଶାଇ ବ୍ୟବହାର କରିପାରିବା ଭଳି ଭାବେ ବିକ୍ରି କରାଗଲେ ମଧ୍ୟ ଏହା ନିଷେଧ ଅଧୀନରେ ରହିବ। ସାଚେଟ୍‌, ପାଉଚ୍‌, ପ୍ୟାକେଟ୍‌ କିମ୍ବା ଅନ୍ୟ କୌଣସି କଣ୍ଟେନରରେ ବିକ୍ରି ହେଉଥିବା ଗୁଟଖା ଓ ପାନ ମସଲା ମଧ୍ୟ ଏଥିରେ ସାମିଲ। ବେଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଓ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ କମିଶନରଙ୍କ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories