Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବିମାନବନ୍ଦରରେ ବ୍ୟାଗ୍‌ରୁ ମିଳିଲା ଖପୁରୀ! ଯାତ୍ରୀଙ୍କୁ ପୁଲିସ ଜିମାରେ ଦେଲା CISF

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ (IGI) ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ହାତ ବ୍ୟାଗ୍‌ରୁ ଏକ ଖପୁରୀ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। CISF ଯବାନମାନେ ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରେ ଏହି ଖପୁରୀ ଲୁଚାଇ ରଖାଯାଇଥିବା ଦେଖିଥିଲେ। ଯାଞ୍ଚ ସମୟରେ ଖପୁରୀଟି ଉଦ୍ଧାର କରାଯାଇଥିଲା।

CISFର ସୂଚନା ଅନୁସାରେ, ଖପୁରୀ ସମ୍ପର୍କରେ ପଚରାଯିବାରୁ ଯାତ୍ରୀ ଜଣକ ଏହା ଏକ ମାଙ୍କଡ଼ର ଖପୁରୀ ବୋଲି ଦାବି କରିଥିଲେ। ତେବେ ଏଭଳି ବନ୍ୟଜନ୍ତୁ ଅବଶେଷ ବିମାନ ଯାତ୍ରା ସମୟରେ ନେଇଯିବାର ଆଇନଗତ ଅନୁମତି ରହିଛି କି ନାହିଁ, ସେନେଇ ଯାଞ୍ଚ ଆରମ୍ଭ ହୋଇଛି।

ଘଟଣା ପରେ CISF ଯାତ୍ରୀଙ୍କୁ ସ୍ଥାନୀୟ ପୁଲିସ ଜିମା ଦେଇଛି। ଏହି ମାମଲାରେ Wildlife (Protection) Act, 1972 ଅନୁସାରେ ଆଇନଗତ ପଦକ୍ଷେପ ନିଆଯାଉଛି। ଉଦ୍ଧାର ହୋଇଥିବା ଖପୁରୀଟି ପ୍ରକୃତରେ କେଉଁ ପ୍ରାଣୀର, ତାହା ମଧ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories