Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାର୍କରେ ବୈଠକ କରିବାକୁ ଯାଇଥିଲେ ଅଭିଜିତ୍ ଦୀପକେ, ବିରୋଧ କଲେ ସ୍ଥାନୀୟ ଲୋକ; ଆରମ୍ଭ ହେଲା CJP ସିଜନ୍-୨ ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ ‘କକରୋଚ୍ ଜନତା ପାର୍ଟି’ (CJP) ର ସିଜନ୍-୨କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ମଧ୍ୟରେ ବୈଠକ ପାଇଁ ସ୍ଥାନ ଖୋଜୁଥିବା ଅଭିଜିତ୍ ଦୀପକେ ଓ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କରେ ସ୍ଥାନୀୟ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିବା ଦାବି କରାଯାଇଛି।

ସୂଚନା ଅନୁସାରେ, ଦୀପକେ ଓ ତାଙ୍କ ସାଥୀମାନେ ପାର୍କରେ ବୈଠକ ଆରମ୍ଭ କରିବା ପରେ ସ୍ଥାନୀୟ ବାସିନ୍ଦାମାନେ ସେଠାରେ ପହଞ୍ଚି ବିରୋଧ କରିଥିଲେ। ସୋସାଇଟିର ପାର୍କ ରାଜନୈତିକ ବୈଠକ କିମ୍ବା ଏଭଳି କାର୍ଯ୍ୟକଳାପ ପାଇଁ ନୁହେଁ ବୋଲି ଲୋକେ କହିଥିଲେ। ବିରୋଧ ବଢ଼ିବା ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ଦୀପକେ ଓ ତାଙ୍କ ଟିମ୍‌କୁ ସେଠାରୁ ଫେରିବାକୁ ପଡ଼ିଥିଲା।

ଏହା ପୂର୍ବରୁ ଦୀପକେ ଦିଲ୍ଲୀରେ ଭଲଣ୍ଟିୟରମାନଙ୍କ ସହ ବୈଠକ କରିବା ପାଇଁ ସ୍ଥାନ ମିଳୁନଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ କହିବା ଅନୁସାରେ, ଇନ୍‌ଡୋର୍ ହଲ୍ ପାଇଁ ଅନେକ ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସ୍ଥାନ ମିଳିନଥିଲା। କିଛି ଲୋକ ଚାପ ପକାଇଥିବା କଥା କହିଥିବା ମଧ୍ୟ ସେ ଦାବି କରିଛନ୍ତି। ତେବେ ଖୁବଶୀଘ୍ର CJP ସିଜନ୍-୨ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories