Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାରାଷ୍ଟ୍ରରେ Domino’s Pizzaକୁ ବଡ଼ ଝଟକା! ୪ଟି ଆଉଟଲେଟ୍‌ର ଫୁଡ୍ ଲାଇସେନ୍ସ ସସ୍ପେଣ୍ଡ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ Domino’s Pizzaର ୪ଟି ଆଉଟଲେଟ୍‌ର ଫୁଡ୍ ବିଜନେସ୍ ଲାଇସେନ୍ସ ସସ୍ପେଣ୍ଡ କରିଛି ରାଜ୍ୟର Food and Drug Administration (FDA)। ଏଥିରୁ ୩ଟି ଆଉଟଲେଟ୍‌ ମୁମ୍ବାଇରେ ଥିବା ବେଳେ ଗୋଟିଏ ସତାରା ଜିଲ୍ଲାରେ ରହିଛି। ବିଶେଷ ଯାଞ୍ଚ ସମୟରେ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କିତ ଅନିୟମିତତା ଧରାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।

ଅଗଷ୍ଟ ୧୧ରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ FDA ପକ୍ଷରୁ ଏହି ଯାଞ୍ଚ ଅଭିଯାନ ଚାଲିଥିଲା। Domino’s ସହ KFC, Pizza Hut, McDonald’s, Subway, Burger King, Starbucks ଓ Monginis ଭଳି ବଡ଼ ରେଷ୍ଟୁରାଣ୍ଟ ବ୍ରାଣ୍ଡର ମୋଟ ୧୦୪ଟି ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ଏହା ମଧ୍ୟରୁ ୨ଟି ପ୍ରତିଷ୍ଠାନର କାର୍ଯ୍ୟକଳାପ ତୁରନ୍ତ ବନ୍ଦ କରାଯାଇଥିବା ବେଳେ ୯୫ଟିକୁ ସୁଧାର ପାଇଁ ନୋଟିସ ଏବଂ ୫ଟି ଫୁଡ୍ ଲାଇସେନ୍ସ ତୁରନ୍ତ ସସ୍ପେଣ୍ଡ କରାଯାଇଛି।

ମୁମ୍ବାଇର ଭିଲେ ପାର୍ଲେ ୱେଷ୍ଟରେ Jubilant FoodWorks Ltd ଦ୍ୱାରା ପରିଚାଳିତ Domino’s ଆଉଟଲେଟ୍‌ରେ ଯାଞ୍ଚ ବେଳେ Food Safety and Standards (Licensing and Registration of Food Businesses) Regulations, 2011ର Schedule 4 ଅନୁସାରେ ନିର୍ଦ୍ଧାରିତ ନିୟମର ଉଲ୍ଲଂଘନ ମିଳିଥିଲା। ଏହା ପରେ ଏହି ଆଉଟଲେଟ୍‌ର ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ