Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NALSAR ଛାତ୍ରଙ୍କ ବିରୋଧ ପରେ ବଡ଼ ପଦକ୍ଷେପ ନେଲା BCI, ଗ୍ରାଜୁଏଟ୍‌ଙ୍କ ନାମ ପଞ୍ଜୀକରଣ ରୋକିବା ନିର୍ଦ୍ଦେଶକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ନାଲସାର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ନେଇ ବାର କାଉନସିଲ ଅଫ୍‌ ଇଣ୍ଡିଆ (BCI)ର ନିର୍ଦ୍ଦେଶକୁ ନେଇ ବିବାଦ ଦେଖାଦେଇଛି। ଛାତ୍ରମାନଙ୍କ ଏକ ଅଭିଯାନକୁ ନେଇ BCI ସମସ୍ତ ରାଜ୍ୟ ବାର କାଉନସିଲକୁ ନାଲସାରରୁ ଉତ୍ତୀର୍ଣ୍ଣ ଛାତ୍ରଙ୍କ ନାମ ପଞ୍ଜୀକରଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ କିଛି ଘଣ୍ଟା ପରେ BCI ଏହି ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଥିଲା।

ଏହାକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ମିଶ୍ର BCIର ପଦକ୍ଷେପକୁ ଅନାବଶ୍ୟକ ବୋଲି କହିଛନ୍ତି। ସେ କହିଛନ୍ତି, “ଏହା ମୋ ଓ ଛାତ୍ରମାନଙ୍କ ମଧ୍ୟରେ ଏକ ସଂଳାପ। ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ କିଏ?” ନିଜେ ଛାତ୍ର ଥିବା ସମୟରେ ଆନ୍ଦୋଳନରେ ସକ୍ରିୟ ଭାବେ ଭାଗ ନେଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଛାତ୍ରଙ୍କ ବିରୋଧରେ କୌଣସି ଦଣ୍ଡମୂଳକ ପଦକ୍ଷେପ ନନେବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।

ସେପଟେ ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ (SCBA) ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ BCIର ଏଭଳି ପଦକ୍ଷେପକୁ ‘ମନମୁଖୀ, ବେଆଇନ ଏବଂ ଅନୁପାତହୀନ’ ବୋଲି ସମାଲୋଚନା କରିଛନ୍ତି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ BCI ଠାରୁ ଜବାବ ମାଗିଥିବା ବେଳେ ନାଲସାର ଛାତ୍ର ଓ ଅଧ୍ୟାପକଙ୍କ ବିରୋଧରେ କୌଣସି ପ୍ରତିଶୋଧମୂଳକ ପଦକ୍ଷେପ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories