Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ! ଇ-ମେଲ୍‌ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି। ଇ-ମେଲ୍‌ ଜରିଆରେ ଏହି ଧମକ ମିଳିବା ପରେ ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଘଟଣା ପରେ କୋର୍ଟ ପରିସରରେ ଆତଙ୍କ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି।

ଧମକପୂର୍ଣ୍ଣ ଇ-ମେଲ୍‌ ମିଳିବା ପରେ ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଛନ୍ତି। ହାଇକୋର୍ଟ ପରିସରରେ ସୁରକ୍ଷା ଯାଞ୍ଚ ବଢ଼ାଇବା ସହ ସନ୍ଦେହଜନକ ସ୍ଥାନ ଓ ବସ୍ତୁ ଉପରେ ନଜର ରଖାଯାଉଛି। ଧମକ ମିଳିଥିବା ଇ-ମେଲ୍‌ର ଉତ୍ସ ଓ ଏହା ପଛରେ କିଏ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି।

ରାତି ପହିଲେ ସ୍ୱାଧୀନତା ଦିବସ ପାଳନ ହେବ | ଏହା ମଧ୍ୟରେ ଏଭଳି ଧମକ ଘଟଣାକୁ ଗୁରୁତ୍ୱର ସହ ନେଇ ସୁରକ୍ଷାକର୍ମୀମାନେ ହାଇକୋର୍ଟ ପରିସରରେ ତଲାସୀ ଓ ଯାଞ୍ଚ ପ୍ରକ୍ରିୟା ଚଳାଇଛନ୍ତି। ଧମକଟି ପ୍ରକୃତ ନା ମିଥ୍ୟା, ଏବଂ ଏହା ପଛରେ କୌଣସି ଠୋସ ଯୋଜନା ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ପରେ ହାଇକୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ