ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତଦେହ ଟିଏମ୍ସି କାର୍ଯ୍ୟାଳୟରୁ ଉଦ୍ଧାର
ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଟିଏମ୍ସି ନେତା ଆଶିଷ ବାନାର୍ଜୀଙ୍କ ମୃତଦେହ ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ଟିଏମ୍ସି କାର୍ଯ୍ୟାଳୟରୁ ଉଦ୍ଧାର ହୋଇଛି। ରବିବାର ଏହି ଘଟଣା ଘଟିଥିବା ପୁଲିସ ସୂଚନା ଦେଇଛି। ତାଙ୍କ ବାସଭବନ ନିକଟରେ ଥିବା ଦଳୀୟ କାର୍ଯ୍ୟାଳୟରୁ ମୃତଦେହ ମିଳିବା ସହ ସେଠାରୁ ଏକ କଥିତ ସୁଇସାଇଡ୍ ନୋଟ୍ ମଧ୍ୟ ଉଦ୍ଧାର ହୋଇଥିବା ପୁଲିସ କହିଛି।
ଆଶିଷ ବାନାର୍ଜୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଓ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।

