‘ସୁଗାର ଡ୍ୟାଡି’ ମନ୍ତବ୍ୟକୁ ନେଇ ସୁନିତାଙ୍କୁ ଜବାବ ଦେଲେ ଗୋବିନ୍ଦା, କହିଲେ- ‘ମୋତେ ବଦନାମ କରିବାକୁ ଚେଷ୍ଟା କରନ୍ତୁ ନାହିଁ’
ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକରଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ ପତ୍ନୀ ସୁନିତା ଆହୁଜାଙ୍କ ‘ସୁଗାର ଡ୍ୟାଡି’ ମନ୍ତବ୍ୟ ପରେ ଶେଷରେ ମୁହଁ ଖୋଲିଛନ୍ତି ଗୋବିନ୍ଦା। ସୁନିତା ତାଙ୍କ ଉପରେ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ନେଇ ସାର୍ବଜନୀନ ଭାବେ ଅଭିଯୋଗ ଆଣିବା ପରେ ଉଭୟଙ୍କ ମଧ୍ୟରେ ବୟାନବାଜି ଜୋର ଧରିଛି। ଏହାକୁ ନେଇ ଗୋବିନ୍ଦା ସୁନିତାଙ୍କ ମନ୍ତବ୍ୟରେ ନିରାଶା ପ୍ରକାଶ କରିବା ସହ ତାଙ୍କ ପ୍ରତିଷ୍ଠା ଓ କାମ ଉପରେ ଏହାର ପ୍ରଭାବ ନ ପକାଇବାକୁ କହିଛନ୍ତି।
ଗୋବିନ୍ଦା କହିଛନ୍ତି, “ମୁଁ ବାହାରୁ ମିଳୁଥିବା ପ୍ରତ୍ୟେକ କାମ ଗ୍ରହଣ କରେ ନାହିଁ, କିନ୍ତୁ ଏବେ ଯେଉଁ କାମ କରୁଛି, ସେଥିରେ ଆପଣ ହସ୍ତକ୍ଷେପ କରୁଛନ୍ତି। ଆପଣ ଯେତେବେଳେ ନିଜ କାମ କରୁଥିଲେ, ଖାଦ୍ୟ ସମ୍ପର୍କିତ ଶୋ’ ହେଉ କିମ୍ବା ଲକ୍ଡାଉନ୍ ସମୟରେ ହେଉ, ନିଜ ସମ୍ପର୍କ ବ୍ୟବହାର କରି ମୋତେ ଉଭୟ ଶୋ’କୁ ଡାକିଥିଲେ ଏବଂ ମୋର ସହଯୋଗ ନେଇଥିଲେ। ତାହା ଆପଣଙ୍କ ଅଧିକାର।” ଏହା ସହ ସେ ଆହୁରି କହିଛନ୍ତି, “ମୁଁ ଫିଲ୍ମ ଆରମ୍ଭ କରିଥିବା ବେଳେ ଆପଣ ଏପରି କୌଣସି ସୁଯୋଗ ଛାଡ଼ୁନାହାନ୍ତି, ଯାହାଦ୍ୱାରା ମୁଁ ଲୋକଙ୍କ ହୃଦୟରୁ ଓହ୍ଲାଇଯାଏ, ବଦନାମ ହୋଇଯାଏ କିମ୍ବା ମୋ ବ୍ୟବସାୟରେ କ୍ଷତି ହୁଏ।”

