Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାରରେ ଡାକ୍ତରଙ୍କୁ କଡା ଚେତାବନୀ: ଅନାବଶ୍ୟକ ରେଫର୍ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ

ବିହାର:ବିହାରର ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଅନାବଶ୍ୟକ ଭାବେ ଅନ୍ୟ ହସ୍ପିଟାଲକୁ ରେଫର୍ କରିବା ଘଟଣାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ। ହସ୍ପିଟାଲରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ଥିବା ସତ୍ତ୍ୱେ ଯଦି ଡାକ୍ତରମାନେ ରୋଗୀଙ୍କୁ ଅନ୍ୟତ୍ର ପଠାନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଜମୁଇ ଜିଲ୍ଲାର ଝାଝାଠାରେ ରବିବାର ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଚେତାବନୀ ଦେଇଥିଲେ। ଏହି ଅବସରରେ ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଏକ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଥିଲେ। ସରକାରୀ ହସ୍ପିଟାଲରେ ଥିବା ଚିକିତ୍ସା ସୁବିଧାର ସଠିକ୍ ବ୍ୟବହାର କରି ରୋଗୀଙ୍କୁ ଆବଶ୍ୟକ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଏବଂ ସରକାରୀ ହସ୍ପିଟାଲ ଉପରେ ଲୋକଙ୍କ ଭରସା ବଢ଼ାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ହସ୍ପିଟାଲରେ ଚିକିତ୍ସା ସୁବିଧା ଥିବା ସତ୍ତ୍ୱେ ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରାଯିବା ଉପରେ ନଜର ରଖିବା ସହ ଏଭଳି ଘଟଣା ହେଲେ ଦାୟୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories