Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ: ଜୋର ଧରିଲା ସୋନିଆ-ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିବାର ଦାବି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଆଇନଗତ ରୂପ ନେଇଛି। ଦିଲ୍ଲୀ ପୁଲିସ ନିକଟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରି FIR ରୁଜୁ କରିବାକୁ ଦାବି କରାଯାଇଛି। ଆଇନଜୀବୀ କୁନାଲ ବିନାୟକ ଓ ଶୁଭ ଶର୍ମାଙ୍କ ପକ୍ଷରୁ ଦାଖଲ ଏହି ଅଭିଯୋଗରେ କୁହାଯାଇଛି ଯେ, ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ଗାନ ଚାଲିଥିବା ସମୟରେ ସୋନିଆ ଗାନ୍ଧୀଙ୍କ କିଛି ଇସାରା ଏବଂ ରାହୁଲ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ତଦନ୍ତର ଆବଶ୍ୟକତା ସୃଷ୍ଟି କରୁଛି। ତେବେ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

ଅଭିଯୋଗରେ Prevention of Insults to National Honour (Amendment) Bill, 2026ର ଉଲ୍ଲେଖ କରାଯାଇଛି। ଅଭିଯୋଗକାରୀଙ୍କ ଦାବି ଅନୁଯାୟୀ, ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ଜାତୀୟ ସଙ୍ଗୀତ ସହ ଜାତୀୟ ଗୀତକୁ ମଧ୍ୟ ଆଇନଗତ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି। ଏହା ଅନୁଯାୟୀ ଜାତୀୟ ସଙ୍ଗୀତ କିମ୍ବା ଜାତୀୟ ଗୀତ ଗାନକୁ ଜାଣିଶୁଣି ବାଧା ଦେବା କିମ୍ବା ଗାନ କରୁଥିବା ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଜେଲ୍ କିମ୍ବା ଜରିମାନା, କିମ୍ବା ଉଭୟର ବ୍ୟବସ୍ଥା ରହିପାରେ ବୋଲି ଅଭିଯୋଗରେ କୁହାଯାଇଛି। ଦିଲ୍ଲୀ ପୁଲିସ ଅଭିଯୋଗ ମିଳିଥିବା ସ୍ୱୀକାର କରି ଘଟଣାର ଯାଞ୍ଚ ଚାଲିଥିବା କହିଛି।

ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ବିଜେପି ସୋନିଆ ଗାନ୍ଧୀଙ୍କୁ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ ପକ୍ଷରୁ ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନକୁ ରୋକିବାର କୌଣସି ପ୍ରୟାସ ହୋଇନଥିବା କୁହାଯାଇଛି। ଏହାବ୍ୟତୀତ ଓଡ଼ିଶା ଓ ବେଙ୍ଗାଲୁରୁରେ ମଧ୍ୟ ସୋନିଆ ଓ ରାହୁଲଙ୍କ ସମେତ କଂଗ୍ରେସ ନେତାଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଦାଖଲ ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories