Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନର ସମ୍ଭାବନା ! ନୂଆ ଦାୟିତ୍ୱରେ ଆସିପାରନ୍ତି ଯୁବ ଓ ମହିଳା ଚେହେରା

ନୂଆଦିଲ୍ଲୀ: ଜାତୀୟସ୍ତରରେ ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳ ପକ୍ଷରୁ ଆଜି ନୂଆ ସାଂଗଠନିକ ଦାୟିତ୍ୱ ଓ ପଦବୀ ବଣ୍ଟନ ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ଚାଲିଛି। ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ନେତୃତ୍ୱରେ ଦଳର ଉପ-ସଭାପତି, ସାଧାରଣ ସମ୍ପାଦକ ଓ ବିଭିନ୍ନ ସାମ୍ମୁଖ୍ୟର ମୁଖ୍ୟ ପଦବୀରେ ନୂଆ ମୁହଁଙ୍କୁ ଦାୟିତ୍ୱ ଦିଆଯାଇପାରେ।

ସାଂଗଠନିକ ଢାଞ୍ଚାରେ ଯୁବ ଓ ମହିଳା ନେତୃତ୍ୱକୁ ଅଧିକ ପ୍ରାଧାନ୍ୟ ଦେବା ନେଇ ମଧ୍ୟ ଚର୍ଚ୍ଚା ରହିଛି। ଆଗାମୀ ୨୦୨୯ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଦଳର ସାଂଗଠନିକ ଭିତ୍ତିକୁ ଆହୁରି ମଜଭୁତ କରିବା ଏହି ପରିବର୍ତ୍ତନର ମୁଖ୍ୟ ଲକ୍ଷ୍ୟ ହୋଇପାରେ। ରାଜ୍ୟସ୍ତରରୁ ଜାତୀୟସ୍ତର ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇପାରେ।

ଏହି ସାଂଗଠନିକ ପୁନର୍ଗଠନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ କେଉଁ ନେତାଙ୍କୁ କେଉଁ ଦାୟିତ୍ୱ ମିଳିବ ଏବଂ ମନ୍ତ୍ରିମଣ୍ଡଳରେ କି ପରିବର୍ତ୍ତନ ହେବ, ସେନେଇ ଅଧିକୃତ ଘୋଷଣା ପରେ ହିଁ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories