Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋରେଜ ଲାଇନ୍‌ ଖୋଳୁଥିବା ବେଳେ ମିଳିଲା କୋଟି କୋଟି ଟଙ୍କାର ସୁନା, ଗୋଲ୍ଡ ବାର୍‌ ଓ ଦୁର୍ଲଭ ମୁଦ୍ରା! ଶ୍ରମିକ ମାନେ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବେଲଜିୟମରେ ଲାଇନ୍‌ ନିର୍ମାଣ କାମ ବେଳେ ଶ୍ରମିକମାନଙ୍କୁ ମିଳିଛି ବିପୁଳ ପରିମାଣର ସୁନା ଓ ଦୁର୍ଲଭ ମୁଦ୍ରା। ସାଧାରଣ ଭାବେ ଭୂତଳରେ ପାଇପ୍‌ ବଦଳାଇବା କାମ ଚାଲିଥିବା ସମୟରେ ଏହି ଦୁର୍ଲଭ ଭଣ୍ଡାର ସାମ୍ନାକୁ ଆସିଥିଲା। ଉଦ୍ଧାର ହୋଇଥିବା ସୁନା ଓ ମୁଦ୍ରାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ନିୟୁତ ୟୁରୋ ବା ପ୍ରାୟ ୯୮ କୋଟି ଟଙ୍କା ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ବ୍ରସେଲ୍ସଠାରୁ ପ୍ରାୟ ୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ସିଣ୍ଟ-ଗିଲିସ୍-ଡେଣ୍ଡରମୋଣ୍ଡେ ଅଞ୍ଚଳରେ ସୋରେଜ ପାଇପ୍‌ ବଦଳାଇବା ପାଇଁ ଖନନ କାମ ଚାଲିଥିଲା। ଏହି ସମୟରେ ଶ୍ରମିକମାନେ ମାଟି ତଳୁ ବହୁ ସଂଖ୍ୟକ ଗୋଲ୍ଡ ବାର୍‌ ଏବଂ ଦୁର୍ଲଭ ମୁଦ୍ରା ଠାବ କରିଥିଲେ। ଅଚାନକ ଏତେ ବଡ଼ ଧନରାଶି ମିଳିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ବିପୁଳ ସୁନା ଓ ମୁଦ୍ରା କେବେ, କାହା ଦ୍ୱାରା ଏବଂ କାହିଁକି ମାଟି ତଳେ ଲୁଚାଇ ରଖାଯାଇଥିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି। ଉଦ୍ଧାର ହୋଇଥିବା ସାମଗ୍ରୀର ପ୍ରକୃତ ମୂଲ୍ୟ ଓ ଐତିହାସିକ ଗୁରୁତ୍ୱ ନିର୍ଦ୍ଧାରଣ ପାଇଁ ମଧ୍ୟ ଯାଞ୍ଚ କରାଯାଉଛି। ସାଧାରଣ ନିର୍ମାଣ କାମ ମଧ୍ୟରୁ ଏତେ ବଡ଼ ଗୁପ୍ତ ଧନଭଣ୍ଡାର ମିଳିବା ଘଟଣା ଏବେ ବେଲଜିୟମରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ