Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗରେ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ! ୬ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ସୋମବାର ଭୋରୁ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହୋଟେଲରେ ରହୁଥିବା ୬ ଜଣ ତୀର୍ଥଯାତ୍ରୀଙ୍କ ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରାବଣ ସୋମବାର ଅବସରରେ ଅନେକ ତୀର୍ଥଯାତ୍ରୀ ହୋଟେଲରେ ରହିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୪ଟା ସମୟରେ ହୋଟେଲରୁ ହଠାତ୍‌ ଧୂଆଁ ବାହାରିବା ପରେ ନିଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା। ସେତେବେଳେ ଅଧିକାଂଶ ତୀର୍ଥଯାତ୍ରୀ ଶୋଇଥିବାରୁ ଅଗ୍ନିକାଣ୍ଡରୁ ବାହାରିବାକୁ ସେମାନଙ୍କୁ ସୁଯୋଗ ମିଳିନଥିଲା। ନିଆଁ ଲାଗିବାର ପ୍ରାଥମିକ କାରଣ ସର୍ଟ ସର୍କିଟ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଥିଲେ।

ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ଅନେକ ଆହତଙ୍କ ଚିକିତ୍ସା ଜାରି ରହିଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର ଓ ନିଆଁ ନିୟନ୍ତ୍ରଣ କାର୍ଯ୍ୟ ଚାଲିଛି। ଅଗ୍ନିକାଣ୍ଡରେ ଆହୁରି କେହି ଫସି ରହିଛନ୍ତି କି ନାହିଁ ଏବଂ ମୃତାହତଙ୍କ ସଂଖ୍ୟା ବଢ଼ିବ କି ନାହିଁ, ସେନେଇ ଯାଞ୍ଚ ଜାରି ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଗ୍ନିକାଣ୍ଡର କାରଣ ଖୋଜୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories