Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ଷାବନ୍ଧନରେ ମହିଳାଙ୍କୁ ‘ସୁଭଦ୍ରା’ ଭେଟି ! ମିଳିବ ପଞ୍ଚମ କିସ୍ତି, ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଏକାଥରେ ୫ କିସ୍ତିର ଟଙ୍କା

ଭୁବନେଶ୍ୱର: ରକ୍ଷାବନ୍ଧନ ଅବସରରେ ରାଜ୍ୟର ମହିଳାମାନଙ୍କୁ ମିଳିବ ‘ସୁଭଦ୍ରା’ ଭେଟ। ଆସନ୍ତା ଅଗଷ୍ଟ ୨୮ ତାରିଖରେ ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ‘ସୁଭଦ୍ରା’ ଯୋଜନାର କିସ୍ତି ଟଙ୍କା ପଠାଯିବ। ନୟାଗଡ଼ରେ ଆୟୋଜିତ ହେବାକୁ ଥିବା ‘ସୁଭଦ୍ରା’ର ରାଜ୍ୟସ୍ତରୀୟ ସମାରୋହରୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁ ମହିଳାମାନେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିଥିବେ, ସେମାନଙ୍କୁ ଯୋଜନାର ଟଙ୍କା ମିଳିବ। ଏହାଦ୍ୱାରା ଏକ କୋଟିରୁ ଅଧିକ ମହିଳା ଉପକୃତ ହେବେ। ରକ୍ଷାବନ୍ଧନ ଦିନ ଟଙ୍କା ମିଳିବା ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ସେହିପରି ପୂର୍ବରୁ କୌଣସି କାରଣରୁ କିସ୍ତିରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସାଙ୍ଗରେ ୫ଟି କିସ୍ତିର ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ତେଣୁ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ‘ସୁଭଦ୍ରା’ ଟଙ୍କାକୁ ନେଇ ଆଶା ବଢ଼ିଥିବା ବେଳେ ଅଗଷ୍ଟ ୨୮ର ରାଜ୍ୟସ୍ତରୀୟ ସମାରୋହ ଉପରେ ସମସ୍ତଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories