ତାମିଲନାଡୁର ବିଭନ୍ନ ମନ୍ଦିରରେ ମୋବାଇଲ୍ ଫୋନ୍ ବ୍ୟାନ୍! ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ନିୟମ
ତାମିଲନାଡୁ: ତାମିଲନାଡୁର ପ୍ରମୁଖ ମନ୍ଦିରଗୁଡ଼ିକରେ ସେପ୍ଟେମ୍ବର ୧ରୁ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ। ମନ୍ଦିର ପରିସରର ପବିତ୍ରତା ଏବଂ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଉଛି। ବିଶେଷକରି ମନ୍ଦିର ଭିତରେ ଫଟୋ ଉଠାଇବା, ଭିଡିଓ କରିବା ଏବଂ ସୋସିଆଲ୍ ମିଡିଆ ପାଇଁ ରିଲ୍ ତିଆରି କରିବା ଭଳି କାର୍ଯ୍ୟକୁ ରୋକିବା ଏହି ନିୟମର ମୁଖ୍ୟ ଲକ୍ଷ୍ୟ ରହିଛି |
ନୂଆ ନିୟମ ଅନୁଯାୟୀ, ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତମାନେ ନିଜ ମୋବାଇଲ୍ ଫୋନ୍ ନିର୍ଦ୍ଧାରିତ କାଉଣ୍ଟରରେ ଜମା କରିପାରିବେ। ଭକ୍ତମାନଙ୍କ ସୁବିଧା ଓ ନିରାପତ୍ତା ପାଇଁ ମନ୍ଦିର ପ୍ରବେଶପଥ ନିକଟରେ ଏଭଳି ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯିବ। ଏହା ଫଳରେ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାର କମିବା ସହ ଭକ୍ତମାନେ ବିନା ବାଧାରେ ପୂଜା ଓ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।
ମନ୍ଦିରଗୁଡ଼ିକର ପାରମ୍ପରିକ ପବିତ୍ରତା ଓ ଶୃଙ୍ଖଳିତ ପୂଜା ପରିବେଶକୁ ସୁରକ୍ଷିତ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ସୋସିଆଲ୍ ମିଡିଆ ପାଇଁ ରିଲ୍ ଓ ଭିଡିଓ ତିଆରି କରିବାର ପ୍ରବୃତ୍ତି ବଢ଼ୁଥିବା ସମୟରେ ଏହି ନିୟମ ଭକ୍ତମାନଙ୍କୁ ମନ୍ଦିରର ଆଧ୍ୟାତ୍ମିକ ପରିବେଶ ପ୍ରତି ଅଧିକ ସମ୍ମାନଜନକ ଆଚରଣ କରିବାକୁ ପ୍ରୋତ୍ସାହିତ କରିବ।

