Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଲେଟ୍ ଟ୍ରେନ ଛାଡ଼, ଯାହା ଟ୍ରାକରେ ଚାଲୁଛି ତାକୁ ତ ପ୍ରଥମେ ଠିକରେ ଚଲାଅ: ସଞ୍ଜୟ ରାଉତ

ମୁମ୍ବାଇ: ଓଡ଼ିଶାର ବାଲେଶ୍ଵରରେ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କ ଉପରେ ହମଲା ଜାରି ରଖିଛନ୍ତି। ଏହା ମଧ୍ୟରେ ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ବୁଲେଟ୍ ଟ୍ରେନ ଛାଡ଼ନ୍ତୁ, ପ୍ରଥମେ ଯେଉଁ ଟ୍ରେନ ଟ୍ରାକରେ ଚାଲୁଛି ତାକୁ ପ୍ରଥମେ ଠିକରେ ସଞ୍ଚାଳନ କରନ୍ତୁ। କେନ୍ଦ୍ର ସରକାର ତ ବଡ଼ ବଡ଼ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ ତୃଣମୂଳ ସ୍ତରରେ ଏହାର କିଛି ପ୍ରଭାବ ପଡ଼େ ନାହିଁ।

ସେ କହିଛନ୍ତି କେନ୍ଦ୍ର ସରକାର ମିଥ୍ୟା ଆଶ୍ଵସନା ଦିଅନ୍ତି, ବଡ଼ ବଡ଼ କଥା କୁହନ୍ତି। ବୁଲେଟ୍ ଟ୍ରେନ, ଇଏ ଟ୍ରେନ, ସେ ଟ୍ରେନ, ଯେଉଁ ଟ୍ରେନ ଟ୍ରାକରେ ଚାଲୁଛି ତାକୁ ପ୍ରଥମେ ଠିକରେ ଚଲାଅ। ସିଗନାଲ, ରେଲଓ୍ଵେ ଟ୍ରାକ, ଟ୍ରାଫିକ ସିଗନାଲ ତା ଉପରେ ତ କାମ କରନ୍ତୁ। ବନ୍ଦେ ଭାରତର ଉଲ୍ଲେଖ କରି ରାଉତ କହିଛନ୍ତି, ଏହା ତ ସବୁ ଏମାନଙ୍କର ପ୍ରଚାର ତୃଣମୂଳସ୍ତରରେ ସ୍ଥିତି ଓଲଟା।

ସଞ୍ଜୟ ରାଉତ କହିଛନ୍ତି, ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ହସ୍ପିଟାଲରେ ଶବ ରଖିବାକୁ ଜାଗା ନଥିଲ। ଏବେ କାନ୍ଦିଲେ ଆଉ କଣ ହେବ। ଏବେ ସିବିଆଇ ଘଟଣାର ତଦନ୍ତ କରିବ। କିଏ କହୁଛି ଏହା ଦୁର୍ଘଟଣା ନୁହେଁ ? ଆପଣଙ୍କ ସରକାର କରୁଛି କଣ ? ଗୃହ ମନ୍ତ୍ରଣାଳୟ କରୁଛି କଣ ? ରେଲଓ୍ଵେର ଟେକ୍ନିକାଲ ବିଭାଗ କରୁଛି କଣ? କିଏ ପ୍ରାୟଶ୍ଚିତ କରିବ, ଉତ୍ତରଦାୟୀ କାହାକୁ କରାଯିବ ? କଣ ସରକାରଙ୍କ ଦାୟିତ୍ଵ ନାହିଁ ? କଣ ରେଳ ମନ୍ତ୍ରୀ ଉତ୍ତରଦାୟୀ ହେବେନି ? ଲାଲ ବାହାଦୂର ଶାସ୍ତ୍ରୀ, ମାଧବ ରାଓ ସିନ୍ଧିଆ ସେମାନଙ୍କ କାର‌୍ୟ୍ୟକାଳରେ ଯେବେ ଏହି ଧରଣର ଦୁର୍ଘଟଣା ଘଟିଥିଲା, ନୈତିକତା ଦୃଷ୍ଟିରୁ ସେମାନେ ତୁରନ୍ତ ନିଜ ପଦରୁ ଇସ୍ତଫା ଦେଇଥିଲେ ବୋଲି ସଞ୍ଜୟ ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗାରେ ୩ଟି ଟ୍ରେନ ମଧ୍ୟରେ ଘଟିଥିବା ଭୟାନକ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାର ସିବିଆଇ ତଦନ୍ତ ସୁପାରିସ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏଥିସହ ଆମ କାମ ଏ ଯାଏ ସରିନି। ନିଖୋଜ ବ୍ୟକ୍ତି କିମ୍ବା ମିଳିନଥିବା ମୃତଦେହକୁ ପରିବାର ପାଖରେ ପହଞ୍ଚାଇବୁ ବୋଲି ଅଶ୍ଵିନୀ ବୈଷ୍ଣବ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ