ଅଗଷ୍ଟ ୨୦ ପରେ ମୋଦୀଙ୍କ କ୍ୟାବିନେଟ୍ ରିଶଫଲ୍ ଚର୍ଚ୍ଚା; ୬ରୁ ୮ ନୂଆ ମୁହଁ ସାମିଲ ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚା ଅନୁସାରେ, ଅଗଷ୍ଟ ୨୦ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ରେ ରିଶଫଲ୍ କରିପାରନ୍ତି। ଏଥିରେ ୬ରୁ ୮ ଜଣ ନୂଆ ମୁହଁଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।
ବର୍ତ୍ତମାନ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୋଟିଏ ମନ୍ତ୍ରୀଙ୍କ ହାତରେ ଥିବାରୁ ରିଶଫଲ୍ ହେଲେ ବିଭାଗ ପୁନଃବଣ୍ଟନ ହୋଇପାରେ ବୋଲି ଆକଳନ କରାଯାଉଛି। ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ୩ଟି ମନ୍ତ୍ରଣାଳୟ ଥିବା ବେଳେ ପ୍ରହ୍ଲାଦ ଯୋଶୀଙ୍କ ପାଖରେ ମଧ୍ୟ ୩ଟି ବିଭାଗ ରହିଛି। ସେହିପରି ମନୋହର ଲାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନସୁଖ ମାଣ୍ଡଭିୟ ଓ ଅମିତ ଶାହଙ୍କ ପାଖରେ ଦୁଇଟି ଲେଖାଏଁ ବିଭାଗ ରହିଛି। ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଗଲେ ଏହି ବିଭାଗଗୁଡ଼ିକ ମଧ୍ୟରୁ କିଛି ବିଭାଗର ପୁନଃବଣ୍ଟନ ହେବାର ସମ୍ଭାବନା ରହିଛି।
ଆସନ୍ତା ଦିନରେ ମନ୍ତ୍ରିମଣ୍ଡଳର ଏହି ସମ୍ଭାବ୍ୟ ଅଦଳବଦଳରେ କେଉଁ ରାଜ୍ୟକୁ କେତେ ପ୍ରତିନିଧିତ୍ୱ ମିଳିବ, କେଉଁ ନୂଆ ମୁହଁଙ୍କୁ ସୁଯୋଗ ମିଳିବ ଏବଂ ବର୍ତ୍ତମାନର ମନ୍ତ୍ରୀମାନଙ୍କ ବିଭାଗରେ କେତେ ପରିବର୍ତ୍ତନ ହେବ—ତାହା ଉପରେ ନଜର ରହିଛି। ତେବେ ଅଗଷ୍ଟ ୨୦ ପରେ ରିଶଫଲ୍ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ସରକାର କିମ୍ବା ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।

