Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋପାଳରେ ‘Gen Alpha’ଙ୍କ ବିକ୍ଷୋଭ; KVS ସହ ମିଶ୍ରଣ ପ୍ରସ୍ତାବକୁ ବିରୋଧ କଲେ ଛାତ୍ରଛାତ୍ରୀ

ମଧ୍ୟପ୍ରଦେଶ: ଭୋପାଳରେ ପ୍ରସ୍ତାବିତ ଏକ ଶିକ୍ଷାନୁଷ୍ଠାନର ମିଶ୍ରଣକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରିଜିଓନାଲ୍ ସ୍କୁଲ୍‌କୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (KVS) ସହ ମିଶ୍ରଣ କରିବା ପ୍ରସ୍ତାବକୁ ବିରୋଧ କରି ଛାତ୍ରମାନେ ସ୍କୁଲ୍ ବାହାରେ ଏକାଠି ହୋଇ ନାରାବାଜି କରିଥିଲେ। ଏହାସହ ମିଶ୍ରଣ ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।

ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ, ଏହି ସ୍କୁଲ୍‌ଗୁଡ଼ିକ କେବଳ ସାଧାରଣ ଶିକ୍ଷାନୁଷ୍ଠାନ ନୁହେଁ; ୧୯୬୫ ମସିହା ଡିସେମ୍ବରରୁ NCERT ଅଧୀନରେ ଶିକ୍ଷା କ୍ଷେତ୍ରରେ ନୂଆ ପରୀକ୍ଷଣ ଓ ଅଭିନବ ଶିକ୍ଷା ପଦ୍ଧତି ବିକଶିତ କରିବା ଉଦ୍ଦେଶ୍ୟରେ ଏଗୁଡ଼ିକ କାର୍ଯ୍ୟ କରୁଛି। ଭୋପାଳ ସମେତ ଅଜମେର, ମହୀଶୂର ଓ ଭୁବନେଶ୍ୱରରେ ଏଭଳି ସ୍କୁଲ୍ ସ୍ଥାପନ କରାଯାଇଥିଲା। KVS ସହ ମିଶ୍ରଣ ହେଲେ ସ୍କୁଲ୍‌ଗୁଡ଼ିକର ସ୍ୱତନ୍ତ୍ର ପରିଚୟ ଓ ପରୀକ୍ଷାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ଛାତ୍ରମାନେ ପ୍ରକାଶ କରିଛନ୍ତି।

ମିଶ୍ରଣ ପ୍ରସ୍ତାବ ପ୍ରତ୍ୟାହାର କରି ସ୍କୁଲ୍‌ଗୁଡ଼ିକୁ ଶିକ୍ଷା ଗବେଷଣା ଓ ନବସୃଜନର କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିବାକୁ ଛାତ୍ରମାନେ ଦାବି କରିଛନ୍ତି। ପରେ ସେମାନେ ରିଜିଓନାଲ୍ କଲେଜ୍‌ର ପ୍ରିନ୍ସିପାଲ୍ ପ୍ରଫେସର ଏସ୍‌.କେ. ଗୁପ୍ତାଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନହେଲେ ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories