ତାମିଲନାଡୁ ସରକାରଙ୍କ ବଡ଼ ଘୋଷଣା! ତୃତୀୟ ସନ୍ତାନ ପାଇଁ ମହିଳା ସରକାରୀ କର୍ମଚାରୀଙ୍କୁ ମିଳିବ ଏକ ବର୍ଷ ମାତୃତ୍ୱ ଛୁଟି
ତାମିଲନାଡୁ: ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟି ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ତୃତୀୟ ସନ୍ତାନ ଜନ୍ମ ସମୟରେ ମହିଳା ସରକାରୀ କର୍ମଚାରୀଙ୍କୁ ୩୬୫ ଦିନ ଅର୍ଥାତ୍ ପୂରା ଏକ ବର୍ଷ ମାତୃତ୍ୱ ଛୁଟି ମିଳିବ। ଯାହା ପୂର୍ବରୁ ତୃତୀୟ ସନ୍ତାନ ପାଇଁ ମାତ୍ର ୧୨ ସପ୍ତାହ ଛୁଟିର ବ୍ୟବସ୍ଥା ଥିଲା।
ନୂଆ ନିଷ୍ପତ୍ତି ଅନୁସାରେ, ତୃତୀୟ ସନ୍ତାନ ପାଇଁ ମିଳୁଥିବା ମାତୃତ୍ୱ ଛୁଟିକୁ ପ୍ରଥମ ଦୁଇ ସନ୍ତାନଙ୍କ ପାଇଁ ଉପଲବ୍ଧ ଛୁଟି ସହ ସମାନ କରାଯିବ। ସରକାରଙ୍କ ଏହି ପଦକ୍ଷେପ ମହିଳା କର୍ମଚାରୀଙ୍କୁ ପ୍ରସବ ପରବର୍ତ୍ତୀ ସମୟରେ ଅଧିକ ସମୟ ପାଇବା ସହ ପରିବାର ଓ ଶିଶୁର ଯତ୍ନ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଖୁବ୍ଶୀଘ୍ର ବିସ୍ତୃତ ସରକାରୀ ନିର୍ଦ୍ଦେଶନାମା ଜାରି କରାଯିବ। ନୂଆ ନିୟମ ଲାଗୁ ହେବା ପରେ ତୃତୀୟ ସନ୍ତାନ ପାଇଁ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟିରେ ବଡ଼ ପରିବର୍ତ୍ତନ ଆସିବ।

