Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇର ୬୦ ଟଙ୍କିଆ ପାଣିପୁରୀକୁ ନେଇ ଅଭିଯୋଗ କରିଥିଲେ ରୁଷୀୟ ଇନ୍‌ଫ୍ଲୁଏନ୍ସର, ଦୁବାଇରେ ୧୦୯୬ ଟଙ୍କା ଦେଖି କହିଲେ- ‘ମୁଁ ଭୁଲ୍‌ ଥିଲି’

ମୁମ୍ବାଇ: ମୁମ୍ବାଇର ଲୋଖଣ୍ଡୱାଲା ମାର୍କେଟ୍‌ରେ ୬୦ ଟଙ୍କାରେ ପାଣିପୁରୀ ବିକ୍ରି ହେଉଥିବା ଦେଖି ଅଭିଯୋଗ ଆଣିଥିଲେ ରୁଷୀୟ ମଡେଲ ଓ ଇନ୍‌ଫ୍ଲୁଏନ୍ସର ଇରିନା ରୁଦାକୋଭା | କିନ୍ତୁ ଏବେ ନିଜ କଥାକୁ ନେଇ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଦୁବାଇ ଏୟାରପୋର୍ଟର ଟର୍ମିନାଲ-୧ରେ ପାଣିପୁରୀର ଦାମ ୪୨ ଦିରହାମ୍‌, ଅର୍ଥାତ୍ ପ୍ରାୟ ୧,୦୯୬ ଟଙ୍କା ଦେଖିବା ପରେ ସେ କହିଛନ୍ତି, “ମୁଁ ମୁମ୍ବାଇର ୬୦ ଟଙ୍କିଆ ପାଣିପୁରୀକୁ ନେଇ ଭୁଲ୍‌ ଭାବିଥିଲି।”

ଇରିନା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ୪୨ ସେକେଣ୍ଡର ଭିଡିଓ ଶେୟାର କରି ଦୁବାଇ ଓ ମୁମ୍ବାଇର ପାଣିପୁରୀ ଦାମ୍‌ ମଧ୍ୟରେ ଥିବା ବଡ଼ ପାର୍ଥକ୍ୟ ଦେଖାଇଛନ୍ତି। ଜୁଲାଇ ୨୪ରେ ମୁମ୍ବାଇର ଲୋଖଣ୍ଡୱାଲା ମାର୍କେଟ୍‌ରେ ସେ ପାଣିପୁରୀର ଦାମ ୬୦ ଟଙ୍କା ଶୁଣି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ ଅଗଷ୍ଟ ୧ରେ ପାଣିପୁରୀ ଖାଇବାର ଭିଡିଓ ଶେୟାର କରି ସେ ଏହି ଲୋକପ୍ରିୟ ଷ୍ଟ୍ରିଟ୍‌ ଫୁଡ୍‌କୁ ପସନ୍ଦ କରିଥିବା ମଧ୍ୟ କହିଥିଲେ।

ଇରିନା ରୁଦାକୋଭା ଭାରତରେ ରହୁଥିବା ଜଣେ ରୁଷୀୟ ମଡେଲ, ଅଭିନେତ୍ରୀ ଓ ରିଆଲିଟି ଟିଭି ପର୍ସନାଲିଟି। ୨୦ ବର୍ଷ ବୟସରେ ସେ ମନୋରଞ୍ଜନ ଜଗତରେ କ୍ୟାରିୟର କରିବା ପାଇଁ ଭାରତ ଆସିଥିଲେ। ଡିସକଭରୀ ଚ୍ୟାନେଲର ‘ରିଆଲିଟି କୁଇନ୍ସ ଅଫ୍ ଦ ଜଙ୍ଗଲ’ର ଦ୍ୱିତୀୟ ସିଜନ୍‌ ଜିତିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ୨୦୨୪ରେ ସେ ‘ବିଗ୍ ବସ୍ ମରାଠୀ’ର ପଞ୍ଚମ ସିଜନ୍‌ରେ ଅଂଶଗ୍ରହଣ କରି ପୁଣି ଲୋକପ୍ରିୟତା ହାସଲ କରିଥିଲେ। ଏବେ ତାଙ୍କ ନୂଆ ଭିଡିଓକୁ ନେଇ ସୋସିଆଲ ମିଡିଆରେ ମୁମ୍ବାଇର ୬୦ ଟଙ୍କିଆ ପାଣିପୁରୀ ଓ ଦୁବାଇର ୧,୦୯୬ ଟଙ୍କିଆ ପାଣିପୁରୀକୁ ନେଇ ମଜାଦାର ଚର୍ଚ୍ଚା ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ