Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଖାଇଲା ଗୁଗୁଲ ମ୍ୟାପ୍‌ ମ୍ୟାପ୍‌ ଭୁଲ ରାସ୍ତା! ଚାଷୀଙ୍କ ବିଲ ଭିତରକୁ ପଶିଗଲା ଧାନ ଲୋଡ ଟ୍ରକ

ଓଡ଼ିଶା: ଗୁଗୁଲ ମ୍ୟାପ୍‌ର ନିର୍ଦ୍ଦେଶ ଅନୁସରଣ କରି ଭୁଲ ରାସ୍ତାରେ ପଶିବା ପରେ ଧାନ ବିଲରେ ଓଲଟି ପଡ଼ିଲା ଏକ ଭାରୀ ଟ୍ରକ୍‌। ଏଭଳି ଘଟଣା କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, କଟକ ପ୍ରତାପନଗରୀରୁ ନିଆଳି ଜୁଆଙ୍ଗ ଅଭିମୁଖେ ଯାଉଥିବା ଟ୍ରକ୍‌ରେ ପ୍ରାୟ ୨୯ ଟନ୍‌ ସିମେଣ୍ଟ, ଗୋଡ଼ି ଓ ବାଲି ମିଶ୍ରିତ ନିର୍ମାଣ ସାମଗ୍ରୀ ଥିଲା। ଡ୍ରାଇଭର ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ନିଆଳି ତହସିଲ ଅନ୍ତର୍ଗତ ପୋଖରୀଗାଁ ପଞ୍ଚାୟତର ଗଣ୍ଡକୂଳ ଅଞ୍ଚଳରୁ ବାଲିକୁଦ କେନାଲ ବନ୍ଧ ରାସ୍ତାରେ ପଶିଯାଇଥିଲେ।

ରାସ୍ତାଟି ସଂକୀର୍ଣ୍ଣ ହୋଇଥିବାରୁ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଧାନ ବିଲକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଟ୍ରକ୍‌ରେ ଥିବା ବିପୁଳ ପରିମାଣର ନିର୍ମାଣ ସାମଗ୍ରୀ ବିଲରେ ପଡ଼ିଯାଇଥିଲା। ସିମେଣ୍ଟ, ଗୋଡ଼ି ଓ ବାଲି ଧାନ ଚାଷ ଉପରେ ପଡ଼ିବା ଯୋଗୁଁ ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଏତେ ପରିମାଣର ସାମଗ୍ରୀ ଜମିରେ ପଡ଼ିଥିବାରୁ ଆଗାମୀ ଦିନରେ ଏଠାରେ ଚାଷ କରିବା ମଧ୍ୟ କଷ୍ଟକର ହେବ ବୋଲି ଚାଷୀ କହିଛନ୍ତି।

ଘଟଣା ପରେ ଚାଷୀ ନିଜ ଜମିର କ୍ଷୟକ୍ଷତି ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଅନ୍ୟପକ୍ଷରେ, ବିଲରୁ ଟ୍ରକ୍‌କୁ ବାହାର କରିବା ସହ ନିର୍ମାଣ ସାମଗ୍ରୀ ହଟାଇବା ଏବେ ଚ୍ୟାଲେଞ୍ଜ ହୋଇଛି। ଗୁଗୁଲ ମ୍ୟାପ୍‌ର ଭୁଲ ନିର୍ଦ୍ଦେଶ ଯୋଗୁଁ ଘଟଣା ଘଟିଲା କିମ୍ବା ରାସ୍ତାର ଦୁରବସ୍ଥା ମଧ୍ୟ ଏଥିପାଇଁ ଦାୟୀ—ତାହା ନେଇ ପ୍ରଶ୍ନ ଉଠିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories