ସ୍କୁଲରେ ୫ ଛାତ୍ରୀଙ୍କ ପାଣି ବୋତଲରେ ପରିସ୍ରା ମିଶାଇଲା ଷଷ୍ଠ ଶ୍ରେଣୀ ଛାତ୍ର! ପ୍ରଧାନଶିକ୍ଷକଙ୍କ ପ୍ରତିକ୍ରିୟାକୁ ନେଇ ବିବାଦ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ସ୍କୁଲରେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ର ୫ ଜଣ ଛାତ୍ରୀଙ୍କ ପାଣି ବୋତଲରେ ପରିସ୍ରା ମିଶାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଘଟଣା ଜଣାପଡ଼ିବା ପରେ ଛାତ୍ରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାକୁ ନେଇ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଅଭିଯୋଗର ଠିକ୍ ଭାବେ ଶୁଣାଣି ହେଉଛି କି ନାହିଁ, ସେନେଇ ପ୍ରଶ୍ନ ଉଠିଛି।
ଅଭିଯୋଗ ଅନୁସାରେ, ଛାତ୍ରୀମାନେ ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ପ୍ରଧାନଶିକ୍ଷକ ସେମାନଙ୍କୁ ୧୦ ଟଙ୍କିଆ ଚକୋଲେଟ୍ ଖାଇବାକୁ କହିଥିବା ଅଭିଯୋଗ ହୋଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଘଟଣା ପରେ ସ୍କୁଲରେ ଛାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଏଭଳି ଅଭିଯୋଗରେ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତ୍ରୀମାନଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଘଟଣାର ଉପଯୁକ୍ତ ତଦନ୍ତ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

