Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିହାରରେ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର! ୧ ଲକ୍ଷ ଭ୍ୟୁରେ ମିଳିବ ୧୦ ହଜାର ଟଙ୍କା

ବିହାର: ବିହାରର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ସୁଯୋଗ। ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ଅନୁମୋଦନ କରିଛି। ଏହା ଅନୁଯାୟୀ, ସରକାରଙ୍କ ଯୋଜନା ଓ ସଫଳତାକୁ ନେଇ ଭିଡିଓ ତିଆରି କରୁଥିବା ଯୋଗ୍ୟ କ୍ରିଏଟରଙ୍କୁ ଭ୍ୟୁ ଆଧାରରେ ଅର୍ଥ ପ୍ରଦାନ କରାଯିବ। ପ୍ରତି ୧ ଲକ୍ଷ ଭ୍ୟୁ ପାଇଁ ୧୦ ହଜାର ଟଙ୍କା ମିଳିବ ଏବଂ ଗୋଟିଏ ଭିଡିଓ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଭିଡିଓ ଭାଇରାଲ୍ ହେଲେ ମାତ୍ର ଟଙ୍କା ମିଳିବ ନାହିଁ। କ୍ରିଏଟରଙ୍କୁ ପ୍ରଥମେ ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଏଥିପାଇଁ କ୍ରିଏଟରଙ୍କ ପେଜ୍‌, ହ୍ୟାଣ୍ଡେଲ୍‌ ଓ ଚ୍ୟାନେଲ୍‌ର ଫଲୋଅର୍‌ ସଂଖ୍ୟା ଯାଞ୍ଚ ସହ ଏମ୍ପାନେଲମେଣ୍ଟ ପ୍ରକ୍ରିୟା ରହିବ। ଭିଡିଓର ଭ୍ୟୁ ମଧ୍ୟ ନିର୍ଦ୍ଧାରିତ ୩୦ ଦିନର ଅବଧି ମଧ୍ୟରେ ଯାଞ୍ଚ କରାଯିବ।

ସରକାରଙ୍କ କହିବା ଅନୁସାରେ, ରାଜ୍ୟର କଲ୍ୟାଣକାରୀ ଯୋଜନା ଓ ସରକାରୀ ସଫଳତା ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଡିଜିଟାଲ୍‌ ମାଧ୍ୟମରେ ସୂଚନା ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ଯୁବପିଢ଼ି ଓ ଡିଜିଟାଲ୍‌ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ରଖିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିସ୍ତୃତ ବିଜ୍ଞପ୍ତି ଜାରି ହେବା ପରେ କେଉଁ ପ୍ରକାରର ବିଷୟବସ୍ତୁ ଯୋଗ୍ୟ ହେବ ଓ ଆବେଦନ ପ୍ରକ୍ରିୟା କଣ ରହିବ, ସେନେଇ ସ୍ପଷ୍ଟ ତଥ୍ୟ ମିଳିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories