Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ନୌରେ ଚାଞ୍ଚଲ୍ୟ: ICICI ବ୍ୟାଙ୍କ ସମ୍ମୁଖରେ ପତ୍ନୀଙ୍କୁ ଗୁଳି, ଘରେ ଭଉଣୀଙ୍କୁ ହତ୍ୟା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା

ଲକ୍ଷ୍ନୌ: ଲକ୍ଷ୍ନୌର ଗୋମତୀନଗର ଅଞ୍ଚଳରେ ଗୁରୁବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏସ୍‌ବିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜ ପତ୍ନୀଙ୍କୁ ଗୁଳି କରିବା ପରେ ଘରକୁ ଫେରି ଭଉଣୀଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପରେ ସେ ନିଜେ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି। ଘଟଣାରେ ପତ୍ନୀ ଦିବ୍ୟା ମିଶ୍ର ଓ ତାଙ୍କ ଭଉଣୀ ଶିବା ଭାଜପେୟୀଙ୍କ ମୃତ୍ୟୁ ହୋଇଛି।

ପୁଲିସ ଅନୁଯାୟୀ, ୩୮ ବର୍ଷୀୟ ମାନସ ଭାଜପେୟୀ ଗୋମତୀନଗରସ୍ଥିତ ICICI ବ୍ୟାଙ୍କ ଶାଖା ବାହାରେ ତାଙ୍କ ପତ୍ନୀ ଦିବ୍ୟାଙ୍କୁ ଡାକି କିଛି ସମୟ କଥା ହୋଇଥିଲେ। ଏହାପରେ ସେ ଦିବ୍ୟାଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଦିବ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାନସ ଓ ଦିବ୍ୟାଙ୍କ ବିବାହକୁ ୧୨ ବର୍ଷ ହୋଇଥିବା ବେଳେ ଗତ ଏକ ବର୍ଷରୁ ଉଭୟ ଅଲଗା ରହୁଥିଲେ। ଦିବ୍ୟା ଗତବର୍ଷ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

ପତ୍ନୀଙ୍କୁ ଗୁଳି କରିବା ପରେ ମାନସ ଘରକୁ ଫେରି ତାଙ୍କ ୨୮ ବର୍ଷୀୟ ଭଉଣୀ ଶିବାଙ୍କୁ ମଧ୍ୟ ଗୁଳି କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ନିଜକୁ ଗୁଳି କରିଥିଲେ। ଘଟଣା ପୂର୍ବରୁ ମାନସ ହ୍ୱାଟ୍ସଆପ୍‌ରେ ଏକ ଷ୍ଟାଟସ୍‌ ରଖିଥିବା ପୁଲିସ ଜାଣିବାକୁ ପାଇଛି। ଏଥିରେ ସେ ପତ୍ନୀ ଓ ଭଉଣୀଙ୍କୁ ହତ୍ୟା କରିଥିବା ଦାବି କରିବା ସହ ନିଜ ଶାଳୀ ପ୍ରଜ୍ଞାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ଖୋଜାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ