Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲନାଡୁରେ ସରକାରୀ କାର୍‌ ଯୋଜନାକୁ DMKର ବୟକଟ୍‌, ୫୯ ବିଧାୟକ ନେବେନି ନୂଆ ଗାଡ଼ି

ତାମିଲନାଡୁ: ତାମିଲନାଡୁ ବିଧାନସଭାରେ ବିଧାୟକମାନଙ୍କ ପାଇଁ ନୂଆ ସରକାରୀ ଗାଡ଼ି ଯୋଗାଇବା ପ୍ରସ୍ତାବକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ବୟକଟ୍‌ କରିବାକୁ ଘୋଷଣା କରିଛି ଦ୍ରାବିଡ଼ ମୁନେତ୍ର କଝଗମ୍‌ (DMK)। ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ବିଧାନସଭାରେ କହିଛନ୍ତି ଯେ, ଏମ୍‌.କେ. ଷ୍ଟାଲିନଙ୍କ ନେତୃତ୍ୱରେ DMKର ସମସ୍ତ ୫୯ ଜଣ ବିଧାୟକ ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ଗାଡ଼ି ଗ୍ରହଣ କରିବେ ନାହିଁ।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ସରକାର ପକ୍ଷରୁ ରାଜ୍ୟର ୨୩୪ ଜଣ ବିଧାୟକଙ୍କୁ ସରକାରୀ ଗାଡ଼ି ଦେବା ପ୍ରସ୍ତାବ ରହିଛି। ଏହା ସହ ପ୍ରତ୍ୟେକ ବିଧାୟକଙ୍କୁ ଡ୍ରାଇଭର, ଇନ୍ଧନ ଓ ଗାଡ଼ି ରକ୍ଷଣାବେକ୍ଷଣ ପାଇଁ ପ୍ରତିମାସ ୭୫ ହଜାର ଟଙ୍କା ଭତ୍ତା ଏବଂ ସଚିବ ନିଯୁକ୍ତି ପାଇଁ ସହାୟତା ଦେବାର ବ୍ୟବସ୍ଥା ରହିଛି। ସରକାରଙ୍କ ଯୁକ୍ତି ହେଉଛି, ସାଧାରଣ ପରିବାରରୁ ନିର୍ବାଚିତ ହୋଇ ଆସିଥିବା ନୂଆ ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀରେ କାମ କରିବା ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ଏହି ଯୋଜନାର ଉଦ୍ଦେଶ୍ୟ। ପରିବହନ ସୁବିଧା ନଥିବା ନେଇ VCK ବିଧାୟକ ଜ୍ୟୋତିମଣିଙ୍କ ଅଭିଯୋଗ ପରେ ଏହି ଘୋଷଣା କରାଯାଇଥିବା ଜଣାପଡ଼ିଛି।

ତେବେ DMK ଏହି ପ୍ରସ୍ତାବକୁ ଗ୍ରହଣ କରିନାହିଁ। ଦଳର ମତ ଅନୁସାରେ, ଏହା ସରକାରୀ ସୁବିଧା ଓ ବିଶେଷାଧିକାର ଭାବେ ଦିଆଯାଉଥିବାରୁ ଏହାକୁ ଦଳର ବିଧାୟକମାନେ ବ୍ୟବହାର କରିବେ ନାହିଁ। ଫଳରେ ସରକାରୀ ଗାଡ଼ି ଯୋଜନାକୁ ନେଇ ଶାସକ ଦଳ ଓ DMK ମଧ୍ୟରେ ମତଭେଦ ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories