Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପୁରରେ ସିଜେପି ନେତାଙ୍କ ଉପରେ ଆକ୍ରମଣ! ସ୍କୁଲ ପରିଦର୍ଶନ ବେଳେ ଗଣ୍ଡଗୋଳ

ରାଜସ୍ଥାନ: ରାଜସ୍ଥାନର ଜୟପୁର ଜିଲ୍ଲା ବଗରୁ ବିଧାନସଭା ଅଞ୍ଚଳରେ ସରକାରୀ ସ୍କୁଲ ପରିଦର୍ଶନ କରିବାକୁ ଯାଇଥିବା ସିଜେପି ନେତା ଆଶୁତୋଷ ରାଙ୍କା ଓ ତାଙ୍କ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ରାମପୁରା କନୱରପୁରା ଗାଁ ନିକଟରେ ଏହି ଘଟଣା ଘଟିଥିବା ବେଳେ ଆକ୍ରମଣରେ ଜଣେ ସ୍ୱେଚ୍ଛାସେବୀଙ୍କ ହାତ ଭାଙ୍ଗିଥିବା ଆଶୁତୋଷ କହିଛନ୍ତି। ଏହି ଆକ୍ରମଣ ପଛରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହାତ ଥିବା ସିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ, ରାମପୁରା କନୱରପୁରା ଓ ବାଟା ୱାଲା ଅଞ୍ଚଳରେ ଥିବା ଦୁଇଟି ସରକାରୀ ସ୍କୁଲର ଭିତ୍ତିଭୂମି, ପାଠପଢ଼ା ଓ ଛାତ୍ରଛାତ୍ରୀଙ୍କ ସୁବିଧା ଯାଞ୍ଚ କରିବାକୁ ସିଜେପି ଟିମ୍ ଯାଇଥିଲା। ଏହା ପୂର୍ବରୁ ଆଶୁତୋଷ ସୋସିଆଲ ମିଡିଆରେ ରାମପୁରା ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ ପୋଷ୍ଟ କରିଥିଲେ। ସ୍କୁଲର ମୁଖ୍ୟ କୋଠାର ଛାତ ବିପଜ୍ଜନକ ହୋଇପଡ଼ିଥିବାରୁ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଟିଣ ଘରେ ପାଠ ପଢ଼ାଯାଉଥିବା ସେ ଦାବି କରିଥିଲେ। ତେବେ ସ୍କୁଲ ପରିଦର୍ଶନ ନେଇ ଖବର ପାଇ କିଛି ଲୋକ ରାସ୍ତା ଅବରୋଧ କରି ସିଜେପି ଟିମ୍‌ର ଗାଡ଼ି ଅଟକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ସିଜେପି ସଂସ୍ଥାପକ ଅଭିଜିତ୍ ଦୀପକେ ରାଜସ୍ଥାନ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ପୂର୍ବରୁ ଗତ ଅଗଷ୍ଟ ୧୫ରେ ଆଲୱାରର ଥାନାଗାଜି ଅଞ୍ଚଳର ଏକ ସରକାରୀ ସ୍କୁଲର ଶିକ୍ଷା ଓ ଭିତ୍ତିଭୂମି ସମସ୍ୟାକୁ ନେଇ ସିଜେପି ନେତାମାନେ ବିକ୍ଷୋଭ କରିଥିଲେ। ଏହା ପରେ ସ୍କୁଲ ଶିକ୍ଷା ବିଭାଗ ବାହାର ଲୋକଙ୍କ ପ୍ରବେଶ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି ନେଇ ନୂଆ ନିୟମ ଜାରି କରିଥିଲା। ତେବେ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର କହିଛନ୍ତି ଯେ ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ, କିନ୍ତୁ ନାବାଳକ ଛାତ୍ରଛାତ୍ରୀଙ୍କ ଫଟୋ କିମ୍ବା ସାକ୍ଷାତକାର ନେବା ପୂର୍ବରୁ ଅନୁମତି ନେବା ଆବଶ୍ୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories