Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୋମୱାର୍କ ନକରିବାରୁ ବାଡ଼ିରେ ମାଡ଼ ମାରିଲେ ଶିକ୍ଷକ;୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଘରୋଇ ସ୍କୁଲରେ ୬ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ରଙ୍କ ନାମ ପ୍ରଣୟ ତେଜା ବୋଲି ଜଣାପଡ଼ିଛି। ପରିବାରର ଅଭିଯୋଗ ଅନୁସାରେ, ହୋମୱାର୍କ କରିନଥିବାରୁ ଜଣେ ଶିକ୍ଷକ ତାଙ୍କୁ ବାଡ଼ିରେ ମାଡ଼ ମାରିଥିଲେ। ଏହା ପରେ ଛାତ୍ର ଜଣକ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବା ପରିବାର ପକ୍ଷରୁ କୁହାଯାଇଛି।

ପରିବାରର ଦାବି ଅନୁସାରେ, ଶିକ୍ଷକଙ୍କ ମାଡ଼ ପରେ ପ୍ରଣୟ ସ୍କୁଲରେ ହିଁ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ କିଙ୍ଗ ଜର୍ଜ ହସ୍ପିଟାଲ (KGH)କୁ ନିଆଯାଇଥିଲା। ତେବେ ଡାକ୍ତରମାନେ ସେଠାରେ ପ୍ରଣୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ପରିବାର ଗୁରୁତର ଅଭିଯୋଗ ଆଣିଥିବା ବେଳେ ସ୍କୁଲରେ ଶୋକର ଛାୟା ଖେଳିଯାଇଛି।

ଘଟଣା ପରେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ନେଇ ତଦନ୍ତ ଆରମ୍ଭ ହୋଇଛି। ଶିକ୍ଷକଙ୍କ ମାଡ଼ ଯୋଗୁଁ ହିଁ ଛାତ୍ରଙ୍କ ମୃତ୍ୟୁ ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ପୁଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରିବା ସହ ସ୍କୁଲ ପକ୍ଷ ଓ ପରିବାରର ବୟାନ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନେବାକୁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories